Thursday , January 20 2022
Breaking News
Home / ବିଶେଷ / ମା’ ସୁନୁପେଇଙ୍କ ବିଜେସ୍ଥଳୀରେ ମକର ଉତ୍ସବ ଆୟୋଜିତ

ମା’ ସୁନୁପେଇଙ୍କ ବିଜେସ୍ଥଳୀରେ ମକର ଉତ୍ସବ ଆୟୋଜିତ

ମାହାଙ୍ଗା ,୧୪/୦୧/୨୦୨୨( ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମା’ ସୁନୁପେଇଙ୍କ ବିଜେସ୍ଥଳୀରେ ଚଳିତବର୍ଷର ମକର ମିଳନ ଉତ୍ସବ ନିରାଡ଼ମ୍ବର ସହକାରେ ଆୟୋଜିତ ହୋଇଯାଇଛି । ମାଆ ସୁନୁପେଇଙ୍କ ପ୍ରତି ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସ ଥିବାରୁ ଏହି ପୀଠକୁ ହଜାର ହଜାର ଶ୍ରଦ୍ଧାଳୁ ପୂଜାର୍ଚ୍ଚନା ପାଇଁ ଆସିଥାନ୍ତି । ଚଳିତ ବର୍ଷ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଅତ୍ୟନ୍ତ ନିରାଡ଼ମ୍ବର ଭାବେ ସ୍ୱଳ୍ପ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ନେଇ ଏଠାରେ ମକର ଉତ୍ସବ ଆୟୋଜିତ ହେବା ଦେଖିବାକୁ ମିଳିଥିଲା । ହରିନାମ ସଂକୀର୍ତ୍ତନ ସାଙ୍ଗକୁ ହୋମ, ଯଜ୍ଞ ମଧ୍ୟରେ ମାଆଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା ।ସମବେତ ଭକ୍ତ ମାନଙ୍କ ମଧ୍ୟରେ ମକର ଚାଉଳ ବାଣ୍ଟି ଶାନ୍ତି ମୈତ୍ରୀ ସଦ୍ଭାବନା ଓ ଭାଇଚାରା ବଜାୟ ରଖିବାକୁ ଆଜିର ଦିନରେ ଶପଥ ନିଆଯାଇଥିଲା । ପୂଜକ ପ୍ରେମାନନ୍ଦ ପଣ୍ଡା, ଅଜୟ ନନ୍ଦ,ରାଜେନ୍ଦ୍ର ପଣ୍ଡା,ମାଆଙ୍କ ପୂଜାର୍ଚ୍ଚନା କରିଥିବା ବେଳେ ସର୍ବଶ୍ରୀ ସୁଧୀର ମହାନ୍ତି, ଭାଗ୍ୟଧର ମହାନ୍ତି,ଅଖିଳେଶ ମହାନ୍ତି, ପ୍ରମୋଦ ମହାନ୍ତି,ଗୟାଧର ସାହୁ, ଜୟଦେବ ମହାନ୍ତି,ହେମନ୍ତ ପ୍ରଧାନ, ରଘୁନାଥ ଯେନା, ଗଣେଶ ବିହାରୀ, ସୁଧାଂଶୁ ପାଣି, ଜଗନ୍ନାଥ ନାୟକ, ଶିବ ପ୍ରସାଦ ବେହେରା, ସତ୍ୟାନନ୍ଦ ବେହେରା,ବିଚିତ୍ର ମହାନ୍ତି, ବିଭୁତି ଭୂଷଣ ଦାସ,ସୁଶାନ୍ତ ଦାସ, ଭାସ୍କର ଦାସ, ରାମଚନ୍ଦ୍ର ବେହେରା,କ୍ଷୀରୋଦ ଦାସ, ସୁଧୀର ସାହୁ, ଅରକ୍ଷୀତ ଦାସ,ଦୀପକ ବାରିକ,ଚିତ୍ତରଞ୍ଜନ ଦାସ, ରବି ପୃଷ୍ଟି, ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ । ଉତ୍ସବ କମିଟିର ଉପଦେଷ୍ଟା ଜନାର୍ଦନ ବେହେରା, ରଘୁନାଥ ମହାନ୍ତି, ରବୀନ୍ଦ୍ରନାଥ ଦାସ, ଅକ୍ଷୟ କୁମାର ବେହେରା, ଅଲେଖ ଚନ୍ଦ୍ର ଦାସ,ନଟବର ମହାନ୍ତି, ମୂଷିବର ପଲେଇ,ପୁନାନନ୍ଦ ମହାନ୍ତି, ସୁଦାମ ପଲେଇ, ମୋହିଉଦ୍ଦିନ ଖାଁ, ଅଫସର ତୁଲ୍ଲା, ଶ୍ୟାମ ସୁନ୍ଦର ପଲେଇ, ପ୍ରମୁଖଙ୍କ ତତ୍ୱାବଧାନରେ ଏହି କାର୍ୟ୍ୟକ୍ରମ ସମ୍ପନ୍ନ ହୋଇଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି । ଓଡ଼ିଶା ସମାଚାର

About admin

Check Also

ଚାରି ଦିନରେ ମୋଟ ୪୦୮ ନାମାଙ୍କନ ପତ୍ର ଦାଖଲ 

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ପ୍ରାର୍ଥିପତ୍ର ଦାଖଲ ର ୪ର୍ଥ ଦିନରେ ଗରଦପୁର ବ୍ଲକ୍ …

Leave a Reply

Your email address will not be published. Required fields are marked *