ଆଗାମୀ ଓଡିଶାର ସ୍ୱନକ୍ଷତ୍ର ଦିବସ ଓ ବ୍ୟାସ କବି ଫକିର ମୋହନ ଜୟନ୍ତୀ କାର୍ଯ୍ୟକ୍ରମ ସ୍ଥଗିତ
ରଘୁନାଥପୁର, ୧୪/୧/୨୦୨୨ (ଓଡ଼ିଶା ସମାଚାର)- ଜାତୀୟ ଭାଷା, ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶାର ୨୩ତମ ସ୍ୱନକ୍ଷତ୍ର ଦିବସରେ ଓଡିଆଭାଷା ଆନ୍ଦୋଳନ ସେନାପତି ବ୍ୟାସକବି ଫକୀର ମୋହନ ଜୟନ୍ତି ତଥା ମକର ସାରସ୍ୱତ ସମାବେଶ ଆଗାମୀ ଓଡ଼ିଶା ଆନୁକୂଲ୍ୟରେ ପ୍ରତିବର୍ଷ ମହାସମାରୋହରେ ପାଳନ କରାଯାଏ । ମାତ୍ର ଚଳିତବର୍ଷ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ଯୋଗୁଁ ସରକାରଙ୍କ କୋଭିଡ ଗାଇଡଲାଇନ ଅନୁସାରେ ସମସ୍ତ ସାମାଜିକ ସାଂସ୍କୃତିକ ସମାବେଶ ନକରିବା ପାଇଁ ନିର୍ଦ୍ଧେଶ ଦେଇଥିବାରୁ ଆଗାମୀ ଓଡିଶା ଚଳିତବର୍ଷ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ କରିଅଛି । ଅନ୍ୟପକ୍ଷରେ ଓଡିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଏକ ଆଲୋଚନା ଚକ୍ର ୫ଜଣ ଭାଷା ପ୍ରେମୀଙ୍କୁ ନେଇ କିଶୋରନଗର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ସ୍ୱାମୀ ଅଦ୍ୱୈତାନନ୍ଦ ସରସ୍ୱତୀ ଯୋଗଦେଇ ଓଡିଆ ଭାଷା ଓଡିଆ ଜାତିର ପରିଚୟ । ଓଡିଆ ଜାତୀୟତାର ଆଧାର ଏବଂ ଓଡିଆ ସାହିତ୍ୟ ଓ ସଂସ୍କୃତିର ମାଧ୍ୟମ । ଓଡିଆ ଭାଷା ବିନା ଓଡିଆ ଜାତି ତା’ର ସତା ହରାଇବ । ତେଣୁ ଓଡିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଓଡିଶା ବାସୀ ସଂକଳ୍ପ ନେବାକୁ ସ୍ୱାମୀ ଅଦ୍ୱୈତାନନ୍ଦ ଆହ୍ୱାନ ଦେଇଥିଲେ । ଏଥିରେ ଆଗାମୀ ଓଡିଶା ଉପସଭାପତି ମାନସରତ୍ନ ଶରତକୁମାର ରାଉତରାୟ ଯୋଗଦେଇ କହିଲେ ଭାଷା ସୁରକ୍ଷା ପାଇଁ କେବଳ ଶାସ୍ତ୍ରୀୟ ମାନ୍ୟତା ଯଥେଷ୍ଟ ନୁହେଁ କି କେନ୍ଦ୍ର ସରକାରଙ୍କର ଅର୍ଥ ସହାୟତା ବଡକଥା ନୁହେଁ ସେଥିପାଇଁ ଓଡିଆଜାତି ସଚେତନ ହୋଇ ଓଡିଆ ଭାଷାର ବ୍ୟବହାର ପ୍ରସାର ବୃଦ୍ଧି କରାଇବା ଜରୁରୀ । ଏହି ଆଲୋଚନାଚକ୍ରରେ ଆଗାମୀ ଓଡିଶା ସମ୍ପାଦକ ତଥା ବାଲିକୁଦା କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ଦେବେନ୍ଦ୍ର ନାଥ ବାରିକ ଯୋଗଦେଇ ଓଡିଆ ସଂସ୍କୃତି ଓ ପରମ୍ପରା ଧିରେ ଧିରେ ଅବକ୍ଷୟ ଘଟୁଛି ଏବଂ ସେ ସଂପର୍କରେ ଓଡିଆ ଜାତି ସଚେତନ ହେବା ଆବଶ୍ୟକ । ପାଶ୍ଚାତ୍ୟ ଅପସଂସ୍କୃତି କବଳରୁ ରକ୍ଷା ପାଇଁ ଚେଷ୍ଟା କରିବା ଉଚିତ ବୋଲି କହିଥିଲେ । ଏହି ଆଲୋଚନାଚକ୍ରରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ଭାଗନେଇ ବ୍ୟାସକବି ଫକୀରମୋହନ ଓଡିଆଭାଷା ଆନ୍ଦୋଳନର ସାର୍ଥକ ସେନାପତି ଏବଂ ଓଡିଆ ସାହିତ୍ୟର ଜଣେ ସାର୍ଥକ ସାରଥି ବୋଲି କହି ବ୍ୟାସକବିଙ୍କ ପ୍ରତି ଶ୍ରଦ୍ଧାଳି ଜ୍ଞାପନ କରିଥିଲେ । ଏହି ଆଲୋଚନାଚକ୍ରରେ ଏସଏଏନ କଲେଜର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ ଭାଗନେଇ ଶିକ୍ଷାର ପ୍ରଗତି ଦେଶର ପ୍ରଗତି, ଆମ ସଂସ୍କୃତି ଓ ପରମ୍ପରା ପାଇଁ ବିଶ୍ୱ ଚମକôୃତ ବୋଲି କହିଥିଲେ । ଏହି ଆଲୋଚନା ଚକ୍ରରେ ଅଧ୍ୟାପକ ଆଶିଷ ଚକ୍ରବର୍ତୀ, କିଶୋରନଗର କଲେଜ ପୂର୍ବତନ ଅଧ୍ୟକ୍ଷ ଅଜିତ କୁମାର ମୁର୍ଖାଜୀ ଅଂଶଗ୍ରହଣ କରି ଭାଷା ଅନ୍ଦୋଳନର ସେନାପତି ବ୍ୟାସକବି ଫକୀର ମୋହନଙ୍କ ଜନ୍ମ ଦିବସରେ ଓଡିଆ ଭାଷାର ସୁରକ୍ଷା ପାଇଁ ନିରବଛିନ୍ନ ଭାବରେ କାର୍ଯ୍ୟ କରିବାକୁଆଗାମୀ ଓଡିଶା ଅନୁଷ୍ଠାନ ସଂକଳ୍ପବଦ୍ଧ ବୋଲି କହିଥିଲେ । ଓଡ଼ିଶା ସମାଚାର