ରଘୁନାଥପୁର, ୧୪/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର କ୍ରେଡ଼ିଟ କୋ ଅପରେଟିଭ ସୋସାଇଟି ଅନ୍ତର୍ଗତ ପୁରୁଣାବସନ୍ତ ପ୍ରାଥମିକ କୃଷି ସମବାୟ ସମିତି ଅଧିନରେ ଆଜି ଧାନ ମଣ୍ଡି ଖୋଲାଯାଇଛି । ସମିତିର ସମ୍ପାଦକ ଦାୟିତ୍ୱରେ ଥିବା ବିଜୟ କୁମାର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ବୟୋଜ୍ୟେଷ୍ଠ ମୁରବୀ ତଥା ଅଗ୍ରଣୀ ଚାଷୀ ଚୈତନ୍ୟ ଚରଣ ଦାସ ଆନୁଷ୍ଠାନିକ ଭାବେ ନଡ଼ିଆ ବାଡ଼େଇ ଏହାକୁ ଉଦଘାଟନ କରିଥିଲେ । ଡ଼ିଇଓ ଦୂର୍ଗାପ୍ରସାଦ ଦାସ, କର୍ମଚାରୀ ପ୍ରଫୁଲ କୁମାର ସେଠୀ , ରାଜସ୍ୱ ନିରୀକ୍ଷକ ମଣିକାନ୍ତ ବିଶ୍ୱାଳ , ଗ୍ରାମ୍ୟ କୃଷି ଅଧିକାରୀ ସଂଜୟ କୁମାର ନାୟକ , ପଂଚାୟତ ନିର୍ବାହୀ ଅଧିକାରୀ ଗୋବିନ୍ଦଚନ୍ଦ୍ର ପରିଡ଼ା, ସରପଂଚ ଚନ୍ଦନା ମହାନ୍ତି, ସମିତି ସଭ୍ୟା ନିଲୁବାଳା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ଗୋଟିଏ ଗୋଟିଏ ନଡ଼ିଆ ବାଡ଼େଇଥିଲେ । ଏହି ମଣ୍ଡି ଅଧିନରେ ଗହ୍ମାପୁର, ବାଲଂଶା, ଦେଉଳିସାହି ଓ ପୁରୁଣାବସନ୍ତ ରାଜସ୍ୱ ଗ୍ରାମର ଚାଷୀମାନେ ନିଜ ନିଜର ଧାନ ବିକ୍ରୟ କରିପାରିବେ । କ୍ରୟ କମିଟି ପକ୍ଷରୁ ପୂର୍ବତନ ସଭାପତି ସରୋଜ କୁମାର ସାହୁ, ଗଣେଶ୍ୱର ସାହୁ, କ୍ଷେତ୍ରମୋହନ ମହାନ୍ତି, ଭଗବାନ ଖୁଂଟିଆ, ଶୁଭ୍ରାଂଶୁ ଶେଖର ଦ୍ୱିବେଦୀ, ସୁରେଶ କୁମାର ସାହୁ ଉପସ୍ଥିତ ଥିବାବେଳେ ଅଗ୍ରଣୀ ଚାଷୀ ସୁବାସ ଚନ୍ଦ୍ର ବାରିକ, ହେମନ୍ତ କୁମାର ସାହୁ, ରଂଜନ ମହାନ୍ତି, ବୁଧେଶ୍ୱର ସାହୁ, ତୁଷାରକାନ୍ତ ଭୋଳ ଉପସ୍ଥିତ ଥିଲେ । ଏହି ମଣ୍ଡି ଅଧିନରେ ୩୫୦ ଜଣ ଚାଷୀ ନିଜ ନାମ ପଂଜିକରଣ କରିଥିବାବେଳେ ୧ମ ଦଫାରେ ୨୦୦ କୁଇଂଟାଲ ଧାନ ସଂଗ୍ରହ କରାଯିବାକୁ ଲକ୍ଷ ରଖାଯାଇଛି । ସ୍ଥାନୀୟ ରାଧାନଗରସ୍ଥିତ ଲକ୍ଷ୍ମୀ ଆଗ୍ରୋ ରାଉସ ମିଲ ଏଠାରୁ ଧାନ ସଂଗ୍ରହ କରିବାକୁ ସ୍ଥିର ହୋଇଥିବାବେଳେ ଏଫଏକ୍ୟୁ ମାନର ଧାନ ୧୯୪୦ ଟଙ୍କା ସରକାରୀ ଦର ଧାର୍ଯ୍ୟ କରାଯାଇଛି । ଓଡ଼ିଶା ସମାଚାର
