Thursday , January 20 2022
Breaking News
Home / ବିଶେଷ / ଧାନ ଚାଷରେ କ୍ଷତି ଓ କରଜ ଟଙ୍କା ସୁଝିବା ଚିନ୍ତାରେ ଯୁବ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଧାନ ଚାଷରେ କ୍ଷତି ଓ କରଜ ଟଙ୍କା ସୁଝିବା ଚିନ୍ତାରେ ଯୁବ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ନିଶ୍ଚିନ୍ତକୋଇଲି,୧୪/୦୧/୨୦୨୨(ଓଡିଶାସମାଚାର /ଅଭୟ ଜେନା )- ଗତ କିଛି ଦିନ ହେଲା ବାରମ୍ବାର ଲଗାଣ ବର୍ଷା ଯୋଗୁ ଚଳିତ ବର୍ଷ ଖରିଫ ଧାନଚାଷରେ ଚାଷୀର ସଂପୂର୍ଣ୍ଣ ଧାନ ଫସଲ ନଷ୍ଟ ହୋଇଥିବା ଯୋଗୁ  ଚାଷୀର  ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଯାହାଫଳରେ ବହୁ ଚାଷୀ ଚାଷରେ କ୍ଷତି ଓ ଋଣ ଭାର ଯୋଗୁ ମାନସିକ ଭାରସାମ୍ୟ  ହରାଇବସିଥିବାର ନଜିର ରହିଛି । ନିଶ୍ଚିନ୍ତକୋଇଲି ବ୍ଲକ ନିଶ୍ଚିନ୍ତକୋଇଲି ତହସିଲ ଓ ସାଲେପୁର ଥାନା ଅନ୍ତର୍ଭୁକ୍ତ ରାମକୃଷ୍ଣପୁର ପଂଚାୟତ ଦହପଡା(ପାଟପାରୀ) ଗ୍ରାମରେ ଆଜି ଜଣେ ଯୁବ ଚାଷୀ ଧାନ ଫସଲ କ୍ଷତି ଯୋଗୁ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମ ହତ୍ୟା କରିଥିବାର ଅଭିଯୋଗ ହୋଇଛଇ । ପ୍ରାପ୍ତ ଅଭିଯୋଗ ଅନୁଯାୟୀ ଦହପଡା ଗ୍ରାମର ହେମନ୍ତ ରାଉତଙ୍କ ପୁତ୍ର ରଶ୍ମିକାନ୍ତ ରାଉତ ଆଲିଆସ୍ ଭଜନ(୨୨ ବର୍ଷ) ଗତ କାଲି ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ରଶ୍ମିକାନ୍ତଙ୍କ ପିତା ହେମନ୍ତ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଗତ କାଲି ରାତ୍ରିରେ ପରିବାରର ଲୋକମାନେ ଖାଇପିଇ ଶୋଇଯିବା ପରେ ରଶ୍ମିକାନ୍ତ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ସେ ସ୍ଥାନୀୟ ଚାଷୀଙ୍କଠାରୁ ପ୍ରାୟ ୪ ଏକରରୁ ଉର୍ଦ୍ଧ ଜମି  ବାର୍ଷିକ କାଟ ସୂତ୍ରରେ ଆଣି ଚାଷ କରିଥିଲେ । ଏଥିପାଇଁ ସେ ବହୁତ ହାତ ଉଧାର ଓ କରଜ ଦାମ୍ କରି ଚାଷ କାର୍ୟ୍ୟରେ ଲଗାଇଥିବା ଅଭିଯୋଗରେ ଦର୍ଶାଯାଇଛି । ପଇସା କିପରି ସୁଝିବେ ସେ ନେଇ ୨/୩ ଦିନ ପୂର୍ବରୁ ରଶ୍ମିକାନ୍ତ ମାନସିକ ଭାରସାମ୍ୟ ହରାଇ ଘରେ ଖାଇବା ପିଇବା ମଧ୍ୟ ସଠିକ୍ ଢଙ୍ଗରେ କରୁନଥିଲା ବେଳେ ହଠାତ୍ ଗତକାଲି ରାତିରେ ବେକରେ ରଶି ଲଗାଇ ଦେଇଥିଲେ । ପରିବାର ଲୋକ ତାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସାଲେପୁର ପୋଲିସ ଆଜି ତା. ୧୪.୦୧.୨୦୨୨ ରିଖ ଶୁକ୍ରବାର ଦିନ ଶବ ଜବତ କରି ସାଲେପୁର ଥାନା କେଶ୍ ନଂ ୦୧/୨୦୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି କଟକ ବଡ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ଗରଦପୁର ଜିଲା ପରିଷଦ ୧୧ନମ୍ବର ରୁ ମଂଜୁବାଳା ଜେନା ଓ ୯ ନମ୍ବର ରୁ ଏଲିନା ସ୍ୱାଇଁ ବିଜେଡ଼ି ପ୍ରାର୍ଥି ଭାବେ ନାମାଙ୍କନ ଦାଖଲ କଲେ

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ନାମାଙ୍କନ ମାହୋଲ ଆରମ୍ଭ ହୋଇ ଯାଇଛି । ଶତାଧିକ …

Leave a Reply

Your email address will not be published. Required fields are marked *