Thursday , January 20 2022
Breaking News
Home / ବିଶେଷ / ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅସହାୟ ଗରୀବ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଂଟନ

ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅସହାୟ ଗରୀବ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଂଟନ

ଗରଦପୁର, ୧୪/୧/୨୦୨୨ (ଓଡ଼ିଶା ସମାଚାର)- ଚଳିତ ବର୍ଷ ପ୍ରବଳ ଶୀତ ଅନୁଭୂତ ହେଉଥିବାରୁ ବରିଷ୍ଠ ନାଗରିକ ଓ ଅସହାୟ ଗରୀବ ଶ୍ରେଣୀର ବୃଦ୍ଧ ବୃଦ୍ଧା ମାନେ ଶୀତ ଦାଉରୁ ଖୁବ କଷ୍ଟ ଅନୁଭବ କରୁଛନ୍ତି । ଅଦିନିଆ ବର୍ଷା ଓ କୋହଲା ପାଗ ଯୋଗୁ ଗ୍ରାମାଂଚଳରେ ଶୀତର ଲହରୀ ଆରମ୍ଭ ହୋଇଯାଇଛି । ରାତ୍ରୀ ସମୟରେ ତାପ ମାତ୍ରା କମିଯାଉଥିବାରୁ ଅଧିକ ଶୀତ ଅନୁଭୂତ ହେଉଛି । ମାନବ ସେବା ହିଁ ମାଧବ ସେବା । ତେଣୁ ଶୀତ ପ୍ରକୋପରୁ ଅସହାୟ ଗରୀବ ଶ୍ରେଣୀର ବୃଦ୍ଧ ବୃଦ୍ଧା ମାନଙ୍କୁ ସହାୟତାର ହାତ ବଢ଼ାଇଛି କେନ୍ଦ୍ରାପଡ଼ାର ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ । କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତର ଜୟତଳଙ୍ଗ ଗ୍ରାମରେ ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ଦିନ ନିତ୍ୟାନନ୍ଦ ମହାନ୍ତି, ଜଗବନ୍ଧୁ ମହାପାତ୍ର, ଶିବ ଚରଣ ହୋତା , ଅଭିରାମ ମଳିକ , କ୍ଷୀରୋଦ ମଳିକ, ଛୋଟା ଗୋଛାୟତ , ମାଧବ ଚନ୍ଦ୍ର ଦାସ, ପତିତପାବନ ଦାଶ, ଘନଶ୍ୟମ ଦାଶ,ଅପନା ସେଠୀ, ପଂଚୁ ମଳିକ, ରବି ମଳିକ, ଲକ୍ଷ୍ମୀଧର ବାରିକ, କୈଳାଶ ମହାନ୍ତି ,ବାବାଜୀ ଦାସ, ଧିର ସୂତାର,ରବିନ ଦାସ, ଦ୍ୱିଜବର ଦାସ, ଦେବେସ ମହାନ୍ତି, ହେମଲତା ଦାସ, ରଙ୍ଗଲତା ଦାଶ ୫୦ ରୁ ଅଧିକ ଗରୀବ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଂଟନ କରାଯାଇଥିଲା । ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ର ଅଧ୍ୟକ୍ଷ ଭଗବାନ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ, ଦେବେନ୍ଦ୍ରନାଥ ମହାନ୍ତି ପ୍ରମୁଖ ଗରୀବ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଂଟନ କରିଥିଲେ । ଏଥିରେ ଧୃବ ଚରଣ ହୋତା , ଲକ୍ଷ୍ମୀଧର ବାରିକ, ଲାଟୁ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ର ଏହିଭଳି ମହତ୍ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯିବା ସହିତ ସମଗ୍ର ତେଣ୍ଡାକୁଡ଼ା ଅଂଚଳରେ ଏହା ବେଶ୍ ଆଲୋଚ୍ୟ ବିଷୟ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଗରଦପୁର ଜିଲା ପରିଷଦ ୧୧ନମ୍ବର ରୁ ମଂଜୁବାଳା ଜେନା ଓ ୯ ନମ୍ବର ରୁ ଏଲିନା ସ୍ୱାଇଁ ବିଜେଡ଼ି ପ୍ରାର୍ଥି ଭାବେ ନାମାଙ୍କନ ଦାଖଲ କଲେ

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ନାମାଙ୍କନ ମାହୋଲ ଆରମ୍ଭ ହୋଇ ଯାଇଛି । ଶତାଧିକ …

Leave a Reply

Your email address will not be published. Required fields are marked *