Thursday , August 11 2022
Breaking News
Home / ବିଶେଷ / କୋଭିଡ୍ କଟକଣା ପାଇଁ କଟକ ସଦର ଅଞ୍ଚଳରେ ମକର ଉତ୍ସଵ ଫିକା

କୋଭିଡ୍ କଟକଣା ପାଇଁ କଟକ ସଦର ଅଞ୍ଚଳରେ ମକର ଉତ୍ସଵ ଫିକା

କଟକ ସଦର, ୧୪/୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କୋଭିଡ୍ କଟକଣା ପାଇଁ କଟକ ସଦର ଅଞ୍ଚଳର ବିଭିନ୍ନ ଶିଵାଳୟରେ ମକର ଉତ୍ସଵ ଫିକା ପଡିଛି।ପ୍ରତିକୂଳ ପାଗ ସତ୍ୱେ ପରମ୍ପରା ରକ୍ଷା ପାଇଁ କେଵଳ ଵିଧିରକ୍ଷା ପୂର୍ଵକ ନିତିକାନ୍ତି ଯଥାବିଧି ପାଳନ କରାଯାଇଛି।ଏଥିରେ କଟକ ପୂର୍ଵାଞ୍ଚଳରେ ଥିଵା ପ୍ରସିଦ୍ଧ ଶୈବପୀଠ ପରମହଂସନାଥଙ୍କ ମକର ସଂକ୍ରାନ୍ତି ପର୍ବ କେଵଳ ନାମକୁ ମାତ୍ର ପାଳନ କରାଯାଇଥିବା ଵେଳେ ଵୈୟାଳିସ ମୈ।ଜାର ନୀଳକଣ୍ଠେଶ୍ଵର, ବାଲୁଙ୍କେଶ୍ୱର, କଦମ୍ଵେଶ୍ୱର, ଆୟତପୁରର ନାଗେଶ୍ଵର, କୋରପଦାର କୁଣ୍ଡେଶ୍ୱର, ସିଦ୍ଧେଶ୍ୱରପୁରର ସିଦ୍ଧେଶ୍ୱର, କିଶନନଗରର ମୁକ୍ତେଶ୍ଵର, ଵିଶ୍ୱ।ଳପଡାର ହୁଙ୍କେଶ୍ୱର ଗତେଶ୍ୱର, ବେଲେଶ୍ୱର ପ୍ରଭୃତି ଶୈବପୀଠରେ ମକର ଉତ୍ସଵ ପାଳିତ ହୋଇଛି। ସେହିପରି ପାରାଵିଲର ପାରେଶ୍ୱରଙ୍କ ପୀଠରେ ପାରମ୍ପରିକ ମକର ଉତ୍ସଵ କୋଭିଡ କଟକଣା ମଧ୍ୟରେ ଯଥାବିଧି ଅନୁଷ୍ଠିତ ହୋଇଛି।ସୈ।ର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାଵରେ ଗ୍ରହଣ କରାଯାଏ। ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ଵା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ।ଏହି ଦିନ ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ଓ ସୂର୍ଯ୍ୟ ଉତ୍ତର ଦିଗକୁ ଯିତ୍ରା କରି ଛଅ ମାସ ଅଵସ୍ଥାନ କରୁଥିବାରୁ ସମସ୍ତ ଶୁଭ କାର୍ଯ୍ୟ ଏ ସମୟ ମଧ୍ୟରେ ଅନୁଷ୍ଠିତ ହୋଇଥାଏ।ମକର ସଂକ୍ରାନ୍ତି ଠାରୁ ଦିନ ଵଡ ହୋଇ କ୍ରମଶଃ ଵକର ହୋଇ ସୂର୍ଯ୍ୟଙ୍କ ତେଜ ପ୍ରଖର ହୋଇଥାଏ।ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ଦ୍ୱ।ଦଶ ଯାତ୍ରା ମଧ୍ୟରୁ ଅନ୍ୟତମ’ଉତ୍ତରାୟଣ ଯାତ୍ରା’ଵା ‘ମକର ସଂକ୍ରାନ୍ତି’ଉତ୍ସଵ ମହାସମାରୋହରେ ଅନୁଷ୍ଠିତ ପରମ୍ପରା ଚଳି ଆସୁଛି। ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଡ଼୍ୟାମର ୧୦ ଟି ଗେଟ ଖୋଲିଲା

ହୀରାକୁଦ/ସମ୍ବଲପୁର ୧୧/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ଗୁରୁବାର ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ଆଜି ପ୍ରଥମେ ୨ ଟି …

Leave a Reply

Your email address will not be published.