Thursday , January 20 2022
Breaking News
Home / ସ୍ୱାସ୍ଥ୍ୟ / ଆଉ ୧୦୨୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ, ୧୦୬୫ ଜଣ ଶିଶୁ ଆକ୍ରାନ୍ତ – ୪ ଜଣଙ୍କ ମୃତ୍ୟୁ

ଆଉ ୧୦୨୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ, ୧୦୬୫ ଜଣ ଶିଶୁ ଆକ୍ରାନ୍ତ – ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୪/୧/୨୦୨୨ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଗତ ଡିସେମ୍ବର ୨୮ରେ ୧୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ଡିସେମ୍ବର ୨୯ରେ ୨୨୧ଜଣ, ଡିସେମ୍ବର ୩୦ରେ ୨୨୫ଜଣ, ଡିସେମ୍ବର ୩୧ରେ ୨୨୮ଜଣ, ଜାନୁଆରୀ ୧ରେ ୨୯୮ଜଣ, ଜାନୁଆରୀ ୨ରେ ୪୨୪ ଜଣ, ଜାନୁଆରୀ ୩ ରେ ୪୨୪ ଜଣ, ଜାନୁଆରୀ ୪ ରେ ୬୮୦ ଜଣ ଜାନୁଆରୀ ୫ ରେ ୧୨୧୬ ଜଣ , ଜାନୁଆରୀ ୬ ତାରିଖରେ ୧୮୯୭ ଜଣ , ଜାନୁଆରୀ ୭ ତାରିଖରେ ୨୭୦୩ ଜଣ , ଜାନୁଆରୀ ୮ ତାରିଖରେ ୩୬୭୯ ଜଣ ,ଜାନୁଆରୀ ୯ ତାରିଖରେ ୪୭୧୪ ଜଣ , ଜାନୁଆରୀ ୧୦ ରେ ୪୮୨୯ ଜଣ, ଜାନୁଆରୀ ୧୧ ରେ ୭୦୭୧ ଜଣ, ଜାନୁଆରୀ ୧୨ ରେ ୮୭୭୮ ଜଣ , ଗତକାଲି ଜାନୁଆରୀ ୧୩ ରେ ୧୦୦୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ ଚିହ୍ନଟ ହୋଇଥିବାବେଳେ ଆଜି ଜାନୁଆରୀ ୧୪ ତାରିଖରେ ଆଉ ୧୦୨୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧୧୮୭୯ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୯୬୨ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୩୧୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୦୬୫ ଜଣ ଶିଶୁ ରହିଛନ୍ତି । ଅନୁଗୁଳରୁ ୮୫ ଜଣ, ବାଲେଶ୍ୱରରୁ ୪୫୭ ଜଣ, ବରଗଡ଼ରୁ ୧୦୨ ଜଣ, ଭଦ୍ରକରୁ ୧୦୨ ଜଣ, ବଲାଙ୍ଗୀରରୁ ୧୯୧ ଜଣ, ବୌଦ୍ଧ ଜିଲ୍ଲାରୁ ୨୪, କଟକରୁ ୮୪୪ ଜଣ, ଦେବଗଡ଼ରୁ ୨୩ ଜଣ, ଢେଙ୍କାନାଳରୁ ୬୯ ଜଣ, ଗଜପତିରୁ ୧୨୬, ଗଞ୍ଜାମରୁ ୫୫ ଜଣ, ଜଗତସିଂହପୁରରୁ ୧୩୨ ଜଣ, ଯାଜପୁରରୁ ୧୪୩ ଜଣ, ଝାରସୁଗୁଡ଼ାରୁ ୨୦୨ ଜଣ, କଳାହାଣ୍ଡିରୁ ୨୦୩ ଜଣ, କନ୍ଧମାଳରୁ ୨୬ ଜଣ, କେନ୍ଦ୍ରାପଡ଼ାରୁ ୭୪ ଜଣ, କେଉଁଝରରୁ ୧୧୪ ଜଣ, ଖୋର୍ଦ୍ଧାରୁ ୩୪୯୬ ଜଣ, କୋରାପୁଟରୁ ୧୮୬ ଜଣ, ମାଲକାନଗିରିରୁ ୩୦ ଜଣ, ମୟୁରଭଞ୍ଜରୁ ୩୪୦ ଜଣ, ନବରଙ୍ଗପୁରରୁ ୧୨୫, ନୟାଗଡ଼ରୁ ୧୨୧ ଜଣ, ନୂଆପଡ଼ାରୁ ୪୫ ଜଣ, ପୁରୀରୁ ୨୬୯ ଜଣ, ରାୟଗଡ଼ାରୁ ୧୮୩ ଜଣ, ସମ୍ୱଲପୁରରୁ ୫୨୯ ଜଣ, ସୋନପୁରରୁ ୧୩୨, ସୁନ୍ଦରଗଡ଼ରୁ ୧୦୪୯ ଜଣ ଓ ଷ୍ଟେଟ ପୁଲ ରୁ ୭୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୪ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼, ଜଗତସିଂହପୁର, ଭଦ୍ରକ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଭିତରେ ସୁନ୍ଦରଗଡ଼ର ଜଣେ ୭୨ ବର୍ଷ ବୟସ୍କ ପୁରୁଷ, ଜଗତସିଂହପୁରର ଜଣେ ୨୫ ବର୍ଷୀୟା ମହିଳା, ଭଦ୍ରକର ଜଣେ ୮୭ବର୍ଷ ବୟସ୍କ ପୁରୁଷ ଓ କଟକ ଜିଲ୍ଲାର ଜଣେ ୩୬ ବର୍ଷୀୟା ମହିଳା ଥିବା ଜଣାଯାଇଛି।ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୭୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୧୧୮୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୫୦୧୭୯ଜଣ ସୁସ୍ଥ ହୋଇଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୭୬କୁ ବୃଦ୍ଧି ପାଇଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୫୩୧୭୧ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୨୬୪୭୯୩୯୮ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ରେ ଆଉ ୧୪୫ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ – ମୋଟ ସଂଖ୍ୟା ୩୪୭ କୁ ବୃଦ୍ଧି

ଭୁବନେଶ୍ୱର,୧୯/୧/୨୦୨୨ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ ଏକାଥରକେ ଆଉ ୧୪୫ ଜଣ ନୂଆ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। …

Leave a Reply

Your email address will not be published. Required fields are marked *