Tuesday , September 27 2022
Breaking News
Home / ବିଶେଷ / ସମାଜସେବୀଙ୍କ ପରଲୋକ

ସମାଜସେବୀଙ୍କ ପରଲୋକ

କେନ୍ଦ୍ରାପଡା, ୧୩/୧/୨୦୨୨ (ଓଡ଼ିଶା ସମାଚାର)- ସମାଜସେବୀ ଗୋକୁଳି ଚନ୍ଦ୍ର ନାୟକଙ୍କ ୬୨ ବର୍ଷ ବୟସରେ ଗଣିଆମୁହଁ ସ୍ଥିତ ତାଙ୍କ ବାସ ଭବନରେ ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ଧରି ଅସୁସ୍ଥ ଥାଇ ଶଯ୍ୟାଶାୟୀ ଥିଲେ । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ପତ୍ନୀ ମିନତୀ, ଝିଅ ରୋଜାଲିନ ଓ ସୁବାସିନୀ ଏବଂ ପୁତ୍ର ମାନସ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ନାୟକ ଜଣେ ସ୍ନେହି, ବନ୍ଧୁବତ୍ସଳ, ପରୋପକାରୀ ବ୍ୟକ୍ତି ଥିଲେ । ସ୍ୱର୍ଗତ ନାୟକଙ୍କ ବିୟୋଗ ଖବର ପାଇ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, କଂଗ୍ରେସ ନେତା ଜୟନ୍ତ ମହାନ୍ତି, ରାଜ୍ୟ ବିଜେଡି ଯୁଗ୍ମ ସଂପାଦକ ରାଜେଶ ପଣ୍ଡା, ସମବାୟବିତ୍ ପ୍ରମୋଦ ସାହୁ, ପ୍ରଧ୍ୟାପକ ଗିରିଶ ପାତ୍ର, ଦିଲ୍ଲିପ ମହାନ୍ତି, ଆଶିଷ ଲେଙ୍କା, ଭାଗିରଥୀ ଜେନା ପ୍ରମୁଖ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ସ୍ୱର୍ଗତ ନାୟକଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।  ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ମାନସ ମୁଖାଗ୍ନି ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.