Tuesday , August 9 2022
Breaking News
Home / ବିଶେଷ / ଶିଶୁ ସାହିତ୍ୟିକ, ଗାଳ୍ପିକ, ନୃସିଂହ  ମହାନ୍ତି ଙ୍କ ସ୍ମୃତି ଚାରଣ  ସଭା

ଶିଶୁ ସାହିତ୍ୟିକ, ଗାଳ୍ପିକ, ନୃସିଂହ  ମହାନ୍ତି ଙ୍କ ସ୍ମୃତି ଚାରଣ  ସଭା

କିଶନନଗର , ୧୩/୧/୨୦୨୨ (ଓଡିଶା ସମାଚାର  /ଅଭୟ ଜେନା)-  ସିଦ୍ଧପୁରୁଷ ସାଧୁଚରଣ ଦାସ ଙ୍କ ପବିତ୍ର ପୀଠ  ବୋଧପୁର ଗ୍ରାମର ଜନ୍ମିତ  ଏକା ଧାରରେ  କବି, ଶିଶୁ ସାହିତ୍ୟିକ, ଗାଳ୍ପିକ ,ପରିବେଶବିତ ହେଉଛନ୍ତି  ନୃସିଂହ  ମହାନ୍ତି।ସ୍ଵର୍ଗତ ନୃସିଂହ  ବାବୁ ଏ ସଂସାର ରୁ ବିଦାୟ ନେଇଯାଇଥିଲେ  ହେଁ  ତାଙ୍କ କଲମମୁନରୁ  ନିର୍ଗତ  ହୋଇଥିବା କବିତା ହେଉ ବା  ବିଭିନ୍ନ ପତ୍ରିକାରେ ସମାଜକୁ ଦିଗିଦର୍ଶନ ଦେଉଥିବା  ରଚିତ  କାହାଣୀ ଯିଏ ପାଠ କରିଛି, ତାହା ସେମାନଙ୍କ ହୃଦୟ ରେ ଚିର ସ୍ମରଣୀୟ ହୋଇ  ରହିଛି | ସ୍ଵର୍ଗତ ନୃସିହଂ ବାବୁ ଏହା ସେ ପ୍ରମାଣ କରି ଦେଲେ।ସ୍ଵର୍ଗତ ନୃସିହଂ ବାବୁ ଙ୍କ କର୍ମ ଭୂମି ଥିଲା କେନ୍ଦୁଝର  ରେ।ସରକାରୀ ଚାକିରୀ କରିଥିଲେ ହେଁ, ଲେଖିବାର ନିଶା ଯୋଗୁ ବନି ଯାଇଥିଲେ ଏକା ଧାରରେ କବି, ଶିଶୁ ସାହିତ୍ୟିକ। ତାଙ୍କ ଦ୍ୱାରା ରଚିତ ଶିଶୁଉପଯୋଗୀ   ପୁସ୍ତକ  ଯଥା ସତ୍ୟ ବଚନମ୍,ଏକ ଆତ୍ମୀୟ, ପୃଥିବୀର ସ୍ୱପ୍ନ ଏଭଳି ଅନେକ ପୁସ୍ତକ  ପାଇଁ  ବିଭିନ୍ନ ଅନୁଷ୍ଠାନ ରୁ ପୁରସ୍କୃତ ହୋଇଥିଲେ।ଅବସର ପରେ ବୋଧପୁର ଗ୍ରାମକୁ ଆସିବା ପରେ କିଶନନଗର ବିକାଶ ମଞ୍ଚର ସକ୍ରିୟ ସଦସ୍ୟ ହୋଇ ଅଞ୍ଚଳର ବିକାଶ କରିବା ପାଇଁ କାର୍ଯ୍ୟ କରିବା ସହ କିଶନନଗର ସାରସ୍ଵତ ସମିତିର ସକ୍ରିୟ ସଦସ୍ୟ ଥିଲେ ସ୍ୱର୍ଗତ ନୃସିହଂ ବାବୁ।ତେଣୁ ଆଜି ତାଙ୍କର ସ୍ମୁତି ସଭାକୁ ଦୌଡ଼ି ଆସିଥିଲେ  ସାରା ଓଡିଶାରୁ ବହୁ ସାହିତ୍ୟିକ, ଗାଳ୍ପିକ, କବି ସମାଜସେବୀ, ରାଜନେତା ଓ ବୁଦ୍ଧିଜୀବି  ।ସ୍ଵର୍ଗତ ନୃସିହଂ ମହାନ୍ତି ଙ୍କ ଭଳି ବ୍ୟକ୍ତିତ୍ୱ ଙ୍କର  ଆଜି ର ଦିନରେ ସମସ୍ତେ ସ୍ମୁତି ଚାରଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.