କଟକ ସଦର, ୧୩/୧/୨୦୨୨ (ଓଡିଶା ସମାଚାର/ବିଷ୍ଣୁ ଵେହେରା): ଜନବସତି ମଧ୍ୟରେ କୈ।ଣସି ବିପଦପୂର୍ଣ୍ଣ ଵେଆଇନ ମୋବାଇଲ ଟାୱାର ନିର୍ମାଣ କରାଯାଇ ପାରିଵ ନାହିଁ ବୋଲି ଆଇନ୍ ବଳବତ୍ତର ଥିବା ଵେଳେ ଏହାକୁ ଫୁ କରି କଟକ ମହାନଗର ନିଗମ ଅନ୍ତର୍ଗତ ତଥା କମିଶନରେଟ ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଶିଖରପୁର ତଳ ସାହିରେ ଏକ ବିପଦପୂର୍ଣ୍ଣ ମୋବାଇଲ୍ ଟାୱାର ନିର୍ମାଣ ଚାଲିଛି।ଏହା ଦ୍ୱାରା ନିକଟରେ ଥିଵା କୋଠା ସହିତ ଠାକୁର ମନ୍ଦିର କ୍ଷତିଗ୍ରସ୍ତ ହେଵାର ସମ୍ଭାବନା ଦେଖା ଦେଇଛି।ଏହି ଵେଆଇନ ଟାୱାର କୁ ଅନ୍ୟତ୍ର ଉଠାଇ ନେଵାକୁ ବାରମ୍ବାର ଜିଲ୍ଲା ପ୍ରଶାସନ ସହିତ ପୋଲିସ ପ୍ରସାସନକୁ ଅଭିଯୋଗ ହୋଇ ଆସୁଥିଲା ବେଳେ ଏଥିପ୍ରତି କାହାର ଯେପରି ଆନ୍ତରିକତା ଥିବା ପରି ମନେ ହେଉନଥିବା ଅଭିଯୋଗ ହେଉଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଵାକୁ ସ୍ଥାନୀୟ ଲୋକମାନେ ଦାଵି କରିଛନ୍ତି। ଓଡିଶା ସମାଚାର