Saturday , August 13 2022
Breaking News
Home / ବିଶେଷ / ବାନ୍ଛାନିଧି ଦାସ ଶ୍ରୀମତୀଦେବୀ ଚାରିଟେବୁଲ ଟ୍ରଷ୍ଟର ମେଧାବୃତି ପ୍ରଦାନ ଉତ୍ସବ ଘୁଂଚିଲା

ବାନ୍ଛାନିଧି ଦାସ ଶ୍ରୀମତୀଦେବୀ ଚାରିଟେବୁଲ ଟ୍ରଷ୍ଟର ମେଧାବୃତି ପ୍ରଦାନ ଉତ୍ସବ ଘୁଂଚିଲା

କେନ୍ଦ୍ରାପଡା, ୧୩/୧/୨୦୨୨ (ଓଡ଼ିଶା ସମାଚାର)-ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ତଥା ଦାତବ୍ୟ ଅନୁଷ୍ଠାନ ବାନଛାନିଧି ଦାସ ଓ ଶ୍ରୀମତୀଦେବୀ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଚଳିତ ମାସ ୨୩ ତାରିଖ ରବିବାର ଅନୁଷ୍ଠିତ ହେବାପାଇଁ ସ୍ଥିର ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଗତ ବର୍ଷମାନଙ୍କ ଭଳି ଚଳିତବର୍ଷ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ କଲେଜ ଓ କେତେକ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ମେଧାବୃତି ପ୍ରଦାନ କରାଯାଇଥାନ୍ତା । କିନ୍ତୁ ଦୁଃଖର କଥା ରାଜ୍ୟରେ କରୋନା ଏବଂ ଓମିକ୍ରିନର ଦ୍ରୁତ ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟସରକାରଙ୍କ କଟକଣା ଅନୁଯାୟୀ ଏହି କାର୍ଯ୍ୟକ୍ରମକୁ ଅନିଚ୍ଛାକୃତ ଭାବେ ବାତିଲ କରିଦେବା ପାଇଁ ଟ୍ରଷ୍ଟ ବାଧ୍ୟ ହୋଇଛି । ସରକାରୀ ନିୟମ ଅନୁଯାୟୀ ସଭା ସମିତି ମାତ୍ର ଶହେ ଜଣରେ ସୀମିତ ରଖାଯାଇଛି । କିନ୍ତୁ ପ୍ରତ୍ୟେକ ବର୍ଷ ଟ୍ରଷ୍ଟ ୩ଶହ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ । ତେଣୁ ୨୩ ତାରିଖ କାର୍ଯ୍ୟକ୍ରମକୁ ବାତିଲ କରାଯାଇ ଏହା ଏକ ମାସ ପରେ କରିବା ପାଇଁ ନିଷ୍ପତିିି ଗ୍ରହଣ କରାଯାଇଛି ବୋଲି ଟ୍ରଷ୍ଟ ପକ୍ଷରୁ  ସଂଯୋଜକ ପ୍ରଦିପ କୁମାର ମହାନ୍ତି ସୂଚନା ଦେଇଛନ୍ତି । ମେଧାବୃତି ପାଇବା ପାଇଁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଷ୍ଟ ପକ୍ଷରୁ  ଫୋନ୍ ଯୋଗେ ଆଗାମୀ ତାରିଖ ଜଣାଇ ଦିଆଯିବ ବୋଲି ଟ୍ରଷ୍ଟର ସଂଯୋଜକ ଶ୍ରୀ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.