Thursday , January 20 2022
Breaking News
Home / ବିଶେଷ / ଗରଦପୁର . . ବିଜେଡ଼ି ମଙ୍ଗୁଆଳ ସଂଜୟ ଅଗ୍ରୱାଲା ଙ୍କୁ କରୋନା , ଆଶାୟୀ ପ୍ରାର୍ଥି ଚିନ୍ତାରେ 

ଗରଦପୁର . . ବିଜେଡ଼ି ମଙ୍ଗୁଆଳ ସଂଜୟ ଅଗ୍ରୱାଲା ଙ୍କୁ କରୋନା , ଆଶାୟୀ ପ୍ରାର୍ଥି ଚିନ୍ତାରେ 

ଗରଦପୁର, ୧୩/୧/୨୦୨୨ (ଓଡ଼ିଶା ସମାଚାର)- ପଂଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନିର୍ବାଚନ ଆଚରଣ ବିଧି ଲାଗି ସାରିଛି । ଆସନ୍ତା ୧୭ ରୁ ୨୧ ତାରିଖ ମଧ୍ୟରେ ପ୍ରାର୍ଥିମାନେ ସେମାନଙ୍କର ମନୋନୟନ ପତ୍ର ଦାଖଲ କରିବାର କାର୍ଯ୍ୟସୂଚୀ ରହିଛି । ସେଥିପାଇଁ ସବୁ ଦଳରେ ପ୍ରାର୍ଥି ଚୟନ ଓ ନିର୍ବାଚନ ପ୍ରସ୍ତୁତି ତ୍ୱରାନ୍ୱୀତ ହୋଇଛି ।  ହେଲେ ଗରଦପୁର ବ୍ଲକ୍ ର ବିଜେଡ଼ି ଦଳର ମଙ୍ଗୁଆଳ ଅଛନ୍ତି ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା ଙ୍କ ପୁତ୍ର ତଥା ବିଧାୟକ ପ୍ରତିନିଧି ସଂଜୟ ଅଗ୍ରୱାଲା । ସଂଜୟ ଅଗ୍ରୱାଲା ଗତ କାଲି ଠାରୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । କରୋନା ପଜିଟିଭ ଥିବାରୁ ସୋସିଆଲ ନେଟ ୱାର୍କ ମାଧ୍ୟମରେ ସେ ଏକଥା ସମସ୍ତଙ୍କୁ ଜଣାଇବା ସହିତ ତାଙ୍କ ଦଳିୟ କର୍ମୀ ଓ ଶୁଭେଛୁମାନେ ତାଙ୍କୁ କେହି ନଭେଟିବା ପାଇଁ ସେ କହିଛନ୍ତି । କେବଳ ଟେଲିଫୋନ ମାଧ୍ୟମରେ ଯୋଗାଯୋଗ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏପଟେ ବ୍ଲକ୍ ର ୧୮ ଗୋଟି ପଂଚାୟତର ଅଧିକାଂଶ ସ୍ଥାନରେ ଦଳିୟ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥି ଚୟନ ହୋଇ ପାରିନାହିଁ । ଜିଲା ପରିଷଦ ପ୍ରାର୍ଥି ମଧ୍ୟ ଘୋଣୋ କରାଯାଇନାହିଁ । ଗରଦପୁର ବିଜେଡ଼ି ଦଳ ମଧ୍ୟରେ ଗୋଷ୍ଟି କନ୍ଦଳ ଲାଗି ରହିଥିବାରୁ ଖୋଲା ଖୋଲି ପ୍ରାର୍ଥି ଚୟନ ପ୍ରକି୍ରୟା ବିଳମ୍ବ ହେବାରେ ଲାଗିଛି । ସେହି ପରିପ୍ରେକ୍ଷିରେ ଦଳର ମଙ୍ଗ ଧରିଥିବା ସଂଜୟ ଅଗ୍ରୱାଲା କରୋନା ଆକ୍ରାନ୍ତ ଥିବାରୁ ଆଶାୟୀ ପ୍ରାର୍ଥିଙ୍କ ମଧ୍ୟରେ ଚିନ୍ତା ବଢ଼ି ଯାଇଛି । ସହଯେ ବିଧାୟକ ସାବିତ୍ରୀ ଅଗ୍ରୱାଲା ଯଦିଓ ଗତ ସପ୍ତାହରେ ବ୍ଲକ୍ ଗସ୍ତ କରି ୩ ଟି ଜୋନ୍ ସ୍ତରୀୟ ମହିଳା ସମାବେଶରେ ଉପସ୍ଥିତ ଥିଲେ , ତଥାପି ଦଳ ପରିଚାଳନାରେ ବୟସାଧିକ୍ୟ କାରଣରୁ ସେ ପ୍ରାୟତଃ ମୁଣ୍ଡ ପୁରାଉ ନାହାନ୍ତି । ଓଡ଼ିଶା ସମାଚାର

About admin

Check Also

ଗରଦପୁର ଜିଲା ପରିଷଦ . . ବିଜେପି ଟିକଟ ରୁ ବାଦ ପଡ଼ିଲେ ଦଳର ୨ ଜଣ ଜିଲା ପରିଷଦ ସଦସ୍ୟ 

୨୦/୧/୨୦୨୨ (ଓଡ଼ିଶା ସମାଚାର)- ବହୁ ବିଳମ୍ବରେ ଆଜି ବିଜେପି ତାର ଜିଲା ପରିଷଦ ପ୍ରାର୍ଥି ତାଲିକା ଘୋଷଣା କରିଛି । …

Leave a Reply

Your email address will not be published. Required fields are marked *