Thursday , January 20 2022
Breaking News
Home / ରାଜନୀତି / କେନ୍ଦ୍ରାପଡ଼ା ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ବିଲେଶ୍ୱରଙ୍କ ନିକଟରେ ସମୁହ ଦୀପଦାନ

କେନ୍ଦ୍ରାପଡ଼ା ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ବିଲେଶ୍ୱରଙ୍କ ନିକଟରେ ସମୁହ ଦୀପଦାନ

କେନ୍ଦ୍ରାପଡା, ୧୩/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି । ବିଧାୟକ ଶ୍ରୀ ବେହେରାଙ୍କ ଆଶୁ ଆରୋଗ୍ୟ ଏବଂ ଦୀର୍ଘ ନିରାମୟ ଜୀବନ କାମନା କରି ଯୁବନେତା ମହେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଯୁବ, ଛାତ୍ର ଓ ମହିଳାମାନେ କଜଳାସ୍ଥିତ ବିଲେଶ୍ୱର ମହାଦେବଙ୍କ ନିକଟରେ ସମୁହ ଦୀପଦାନ କରିଛନ୍ତି । କେନ୍ଦ୍ରାପଡା ପୌରାଂଚଳର ୨୧ ନଂ ୱାର୍ଡ ଅନ୍ତର୍ଗତ କଜଳା ବିଲେଶ୍ୱର ମହାଦେବଙ୍କ ନିକଟରେ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଦେବାଶିଷ କର, ସୌମ୍ୟରଞ୍ଜନ ସାମନ୍ତରାୟ, ଦୀପକ ମଲ୍ଲିକ, ମମତା ଥାପା, ଜୟନ୍ତୀ ବେହେରା, ହୀରାମଣି ଜେନା, ବାହାଲି ଟୁଡୁ, ରତ୍ନମଞ୍ଜରୀ ମୁଦୁଲୀ, କୁନିଲତା ଦାସ ଓ ସନ୍ଧ୍ୟାରାଣୀ ନାୟକ ପ୍ରମୁଖ ବିଧାୟକ ଶ୍ରୀ ବେହେରାଙ୍କ ଆଶୁ ଆରୋଗ୍ୟ ଏବଂ ଦୀର୍ଘ ଜୀବନ କାମନା କରି ଦୀପଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

୨ୟ ଦଫାରେ ରଘୁନାଥପୁର ବ୍ଲକ୍ ବିଜେଡ଼ିର ପ୍ରାର୍ଥି ତାଲିକା ଘୋଷଣା

ରଘୁନାଥପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ଆଜି ୨ୟ ଦଫାରେ ରଘୁନାଥପୁର ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ ତିର୍ତୋଲ ବିଧ।ୟକ …

Leave a Reply

Your email address will not be published. Required fields are marked *