Thursday , January 20 2022
Breaking News
Home / ଶିକ୍ଷା / କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଂଟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଂଟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

କେନ୍ଦ୍ରାପଡ଼ା, ୧୩/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ପୌରହିତ୍ୟରେ କେନ୍ଦ୍ରାପଡା କଲେଜ ଓ ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଂଟ ମଧ୍ୟରେ ଶୈକ୍ଷିକ ଓ ବୈଷୟିକ ଜ୍ଞାନ ବୃଦ୍ଧି ଉଦ୍ଧେଶ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଯାଇଛି । ଏହି ସଭାରେ ସୃଷ୍ଟି ଏକାଡେମୀ ପରିଚାଳନା ସମିତି  ଅଧ୍ୟକ୍ଷ  ଇଂ ସରୋଜ କୁମାର ସାହୁ ତାଙ୍କ ବକ୍ତବ୍ୟରେ ମଣିଷ କୃତିରେ ବଚେ ଓ କାର୍ଯ୍ୟ ହେଉଛି ମଣିଷର ଅସଲ ପରିଚୟ ବୋଲି କହିଥିଲେ । ଉଭୟ ଅନୁଷ୍ଠାନ ମଧ୍ୟରେ ସମସ୍ତ ପ୍ରକାର ସହଯୋଗ ପ୍ରତିଷ୍ଠା ପାଇଁ  ସେ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଆମର ଉଦ୍ୟୋଗ କଳାଟି ଅତ୍ୟନ୍ତ ଦୁର୍ବଳ ଏବଂ ଏହି ଦକ୍ଷତାର ବିକାଶ ପାଇଁ ସେ ଆହ୍ୱାନ ଦେଇଥିଲେ । ସୃଷ୍ଟି ଏକାଡେମୀ କିଛିବର୍ଷ ମଧ୍ୟରେ କିଭଳି ବିିକାଶର ରାଜରାସ୍ତାରେ ପହଂଚିଛି ତାହାର ସୂଚନା ପ୍ରଦାନ କରିଥିଲେ ।  ଏକାଡେମୀର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ଦାସ ତାଙ୍କ କାର୍ଯ୍ୟକଳାପ କେବଳ ବୁଝାମଣା ସ୍ୱାକ୍ଷରରେ ଶେଷ ନହୋଇ କାର୍ଯ୍ୟରେ ପରିଣତ ହେଉ ବୋଲି କହିଥିଲେ । ପୁଣି ସେ କହିଥିଲେ ଯେ ଯୋଡାକୁ ଘୋଡା ସରି ନୁହେଁ ନ୍ୟାୟରେ ଦୁଇ ଅନୁଷ୍ଠାନ ଯୋଡି ହେଲେ ଉଭୟ ଅନୁଷ୍ଠାନର ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ  ମଧ୍ୟରେ ଭାବ ଓ କଳାକୌଶଳର ଆଦାନ ପ୍ରଦାନ ଦୁଇ ଅନୁଷ୍ଠାନକୁ ସମୃଦ୍ଧ କରିିବ । ଚାକିରୀ କରିବା ଅପେକ୍ଷା ଚାକିରୀ ପାଇଁ ସୁଯୋଗ ସୃଷ୍ଟି କରିବା ଅଧିକ ଗ୍ୁରୁତ୍ୱପୁର୍ଣ୍ଣ ବୋଲି ସେ କହିଥିଲେ । କଲେଜ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଏହି ରାଜିନାମାକୁ ସ୍ୱାଗତ କରିଥିଲେ । ନାକ୍ ସଂଯୋଜକ ଡଃ. ଜ୍ଞାନୀନ୍ଦ୍ର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସଭାର ପ୍ରାସଂଗିକତା ଉପରେ ମତ ରଖିଥିଲେ ପ୍ରଧ୍ୟାପକ ତପନ କୁମାର ପତି । ଆଭ୍ୟନ୍ତର ଗୁଣବତା ଦୃଢୀକରଣ ସଂଯୋଜକ ଡଃ. ପ୍ରମୋଦ କୁମାର ଦାସ ଗୁଣବତାକୁ ବଜାୟ ରଖିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସୃଷ୍ଟି ଏକାଡେମୀର ସଦସ୍ୟ ଜିତେନ୍ଦ୍ର ନାରାୟଣ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ କରୋନା ନିୟମ ଅନୁପାଳନ ପୂର୍ବକ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ସଭାକୁ ଇଂରାଜୀ ବିଭାଗ ଅଧ୍ୟାପିକା ପୁର୍ବାଶା ପ୍ରିୟଦର୍ଶିନୀ ସଂଚାଳନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବାଜିରାଉତ କଲେଜରେ ଛାତ୍ରଛାତ୍ରୀଙ୍କୁ ଟୀକାକରଣ

ଭୁବନ,୧୦/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ  ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଟୀକାକରଣ କାର୍ଯ୍ୟକ୍ରମ …

Leave a Reply

Your email address will not be published. Required fields are marked *