Saturday , December 10 2022
Home / ତାଜା ଖବର / କଟକରେ ନକଲି ସସ୍ କାରଖାନା ଠାବ , ୨ ଅଟକ

କଟକରେ ନକଲି ସସ୍ କାରଖାନା ଠାବ , ୨ ଅଟକ

କଟକ ୧୩/୧/୨୦୨୨ (ଓଡ଼ିଶା ସମାଚାର / ଦେବାଶିଷ ରଥ)- କଟକରୁ ପୁଣି ନକଲି ସାମଗ୍ରୀ ଠାବ। ମାଲଗୋଦାମର ଏକ ଦୋକାନରୁ ନକଲି ଟମାଟୋ ଓ ଚିଲି ସସ୍ ଜବତ ହୋଇଛି। ମାଲଗୋଦାମ ଥାନା ପୋଲିସ ବିପୁଳ ପରିମାଣର ସସ୍ ଜବତ କରିଛି। ୧୦ ପେଟି ନକଲି ସସ୍ ଜବତ କରିଛି ପୋଲିସ। ପ୍ରାୟ ୧୦୦ ରୁ ଅଧିକ ବୋତଲ ହେବ ବୋଲି ଜଣାପଡ଼ିଛି। ଏହାସହ ବୟାଲିଶ ମୌଜା ଅଞ୍ଚଳରେ ରହିଥିବା କାରଖାନା ଉପରେ ମଧ୍ୟ ପୋଲିସ ଚଢ଼ାଉ କରିଛି । ଦୁଇ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ସେପଟେ ଏହି ଘଟଣାକୁ କଟକ ବଣିକ ସଂଘ ନିନ୍ଦା କରିଛି । କିଛି ଅସାଧୁ ବ୍ୟବସାୟୀଙ୍କ ପାଇଁ ବଦନାମ ହେଉଛି ମାଲଗୋଦାମ ବୋଲି ସେମାନେ କହିଛନ୍ତି। ଏହାସହ ଅସଲି ନକଲି ପରୀକ୍ଷା କରି ସାମଗ୍ରୀ ରଖିବାକୁ ବ୍ୟବସାୟୀମାନଙ୍କୁ ବଣିକ ସଂଘ ଅପିଲ କରିଛି । ତିଆରି ହେଉଥିବା ଫ୍ୟାକ୍ଟ୍ରି ଗୁଡିକ ଉପରେ ପ୍ରଥମେ କାର୍ୟ୍ୟାନୁଷ୍ଠାନ ହେବା ଉଚିତ। ସେଠାରୁ ନକଲି ଜିନିଷ ତିଆରି ବନ୍ଦ ହେଲେ ହିଁ ଏହା ଉପରେ ରୋକ ଲଗାଇ ହେବ ବୋଲି କଟକ ବଣିକ ସଂଘ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି । କଟକ ମହାନଗର ନିଗମର ଖାଦ୍ୟ ନାରାପତା ଅଧିକାରୀ ସେଠାରେ ଉପସ୍ଥିତ ଅଛନ୍ତି । ଜବତ ସସ୍ ର ନମୂନା ପରୀକ୍ଷା ପାଇଁ ପଠାଯିବ ବୋଲି ଜଣାପଡ଼ିଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.