Thursday , January 20 2022
Breaking News
Home / ରାଜନୀତି / କଂଗ୍ରେସ ର ବନ୍ଧୁ ମିଳନ ଓ ମହା ମିଶ୍ରଣ ପର୍ବ ,  ବଙ୍ଗାଳପୁର ସମିତି ସଭ୍ୟ କଂଗ୍ରେସରେ ସାମିଲ

କଂଗ୍ରେସ ର ବନ୍ଧୁ ମିଳନ ଓ ମହା ମିଶ୍ରଣ ପର୍ବ ,  ବଙ୍ଗାଳପୁର ସମିତି ସଭ୍ୟ କଂଗ୍ରେସରେ ସାମିଲ

ଗରଦପୁର, ୧୩/୧/୨୦୨୨ (ଓଡ଼ିଶା ସମାଚାର)- ପଂଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ଗରଦପୁର ରାଜନୀତି ଉସ୍ମ ହେବାରେ ଲାଗିଛି । ସବୁ ରାଜନୈତିକ ଦଳ ନିଜ ଦଳର ପ୍ରାର୍ଥି ଯୋଗାଡ଼ରେ ଲାଗିଥିବାବେଳେ ପାଟକୁରା କଂଗ୍ରେସ ପାଦେ ଆଗେଇଛି । ଆଜି ବନ୍ଧୁ ମିଳନ ନାମରେ ନିଜର ପ୍ରାର୍ଥି ଘୋଷଣା କରିବା ସହ ବିଭିନ୍ନ ଦଳରୁ କର୍ମୀ ଆସି କଂଗ୍ରେସରେ ସାମିଲ ହୋଇଛନ୍ତି । ଗରଦପୁର ବ୍ଲକ୍ ଅନ୍ତର୍ଗତ ବନ୍ଧସାହିସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଉତ୍ସବରେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ସଭାପତିତ୍ୱ କରିଥିବାବେଳେ ଏଥିରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା , କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା , ପିସିସି ସମ୍ପାଦକ ଅମିୟ କୁମାର ପାଣ୍ଡବ ଅତିଥି ଭାବେ ଯୋଗଦେଇ କଂଗ୍ରେସ ଆସନ୍ତା ପଂଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲା ପରିଷଦ ସଭ୍ୟ ରଘୁନାଥ ସତପଥି, ଡ଼େରାବିଶ ବ୍ଲକ୍ କଂଗ୍ରେସ ସଭାପତି ଉମେଶ ତ୍ରିପାଠୀ ଯୋଗ ଦେଇଥିଲେ । ଏହି ଅବସରରେ ବଙ୍ଗାଳପୁର ପଂଚାୟତର ସମିତି ସଭ୍ୟ ତଥା ପଂଚାୟତ ବିଜେଡ଼ି ନେତା ଜ୍ୟୋତିରଂଜନ ନାୟକ (କାହ୍ନୁ) ଆଜି ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗଦେଇଥିଲେ । ତାଙ୍କ ସହ ବଙ୍ଗାଳପୁର ପଂଚାୟତର ଶତାଧିକ ବିଜେଡ଼ି କର୍ମୀ ଦଳ ତ୍ୟାଗ କରି କଂଗ୍ରେସ ରେ ସାମିଲ ହୋଇଥିଲେ । କଂଗ୍ରେସ ନେତୃତ୍ୱ ସେମାନଙ୍କୁ ଦଳକୁ ପାଛୋଟି ନେବା ସହିତ ଜ୍ୟୋତି ରଂଜନ ଙ୍କ ପତ୍ନୀ ରେଣୁବାଳା ନାୟକଙ୍କୁ ବଙ୍ଗାଳପୁର ପଂଚାୟତର ସମିତି ସଭ୍ୟ ପ୍ରାର୍ଥô ଭାବେ ଲଢ଼ିବା ପାଇଁ କଂଗ୍ରେସ ଘୋଷଣା କରିଛି । ଯାହା ଫଳରେ ସ୍ଥାନୀୟ ବିଜେଡ଼ିରେ ନୈରାଶ୍ୟ ସୃଷ୍ଟି ହୋଇଥିବାବେଳେ ପଂଚାୟତ ନିର୍ବାଚନ ପାଇଁ ଦଳଡ଼ିଆଁ ଆରମ୍ଭ ହୋଇ ଯାଇଛି । ଓଡ଼ିଶା ସମାଚାର

About admin

Check Also

୨ୟ ଦଫାରେ ରଘୁନାଥପୁର ବ୍ଲକ୍ ବିଜେଡ଼ିର ପ୍ରାର୍ଥି ତାଲିକା ଘୋଷଣା

ରଘୁନାଥପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ଆଜି ୨ୟ ଦଫାରେ ରଘୁନାଥପୁର ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ ତିର୍ତୋଲ ବିଧ।ୟକ …

Leave a Reply

Your email address will not be published. Required fields are marked *