Thursday , January 20 2022
Breaking News
Home / ସ୍ୱାସ୍ଥ୍ୟ / ଆଉ ୧୦୦୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ, ୮୭୨ ଜଣ ଶିଶୁ ସଂକ୍ରମିତ

ଆଉ ୧୦୦୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ, ୮୭୨ ଜଣ ଶିଶୁ ସଂକ୍ରମିତ

ଭୁବନେଶ୍ୱର , ୧୩/୧/୨୦୨୨ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୦ ହଜାର ଟପିଯାଇଛି । କେଉଁଭଳି ଭାବେ କରୋନା ସଂକ୍ରମଣ ବଢ଼ୁଛି ତାହା ନିମ୍ନ ଲିଖିତ ସୂଚନା ରୁ ସହଜରେ ଅନୁମାନ କରାଯାଇ ପାରିବ ।  ଗତ ଡିସେମ୍ବର ୨୮ରେ ୧୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ଡିସେମ୍ବର ୨୯ରେ ୨୨୧ଜଣ, ଡିସେମ୍ବର ୩୦ରେ ୨୨୫ଜଣ, ଡିସେମ୍ବର ୩୧ରେ ୨୨୮ଜଣ, ଜାନୁଆରୀ ୧ରେ ୨୯୮ଜଣ, ଜାନୁଆରୀ ୨ରେ ୪୨୪ ଜଣ, ଜାନୁଆରୀ ୩ ରେ ୪୨୪ ଜଣ, ଗତକାଲି  ଜାନୁଆରୀ ୪ ରେ ୬୮୦ ଜଣ ଜାନୁଆରୀ ୫ ରେ ୧୨୧୬ ଜଣ , ଗତକାଲି ଜାନୁଆରୀ ୬ ତାରିଖରେ ୧୮୯୭ ଜଣ , ଜାନୁଆରୀ ୭ ତାରିଖରେ ୨୭୦୩ ଜଣ , ଜାନୁଆରୀ ୮ ତାରିଖରେ ୩୬୭୯ ଜଣ ଜାନୁଆରୀ ୯ ତାରିଖରେ ୪୭୧୪ ଜଣ, ଜାନୁଆରୀ ୧୦ ରେ   ୪୮୨୯ଜଣ, ଜାନୁଆରୀ ୧୧ ରେ ୭୦୭୧ ଜଣ, ଗତକାଲି ଜାନୁଆରୀ ୧୨ ରେ ୮୭୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୦ ହଜାର ଟପି ୧୦୦୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୧୬୦୬ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୮୩୩ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୪୨୨୬ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୮୭୨ ଜଣ ଶିଶୁ ରହିଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୬ଜଣ, ବାଲେଶ୍ୱର ଜିଲ୍ଲାରୁ ୨୭୮ଜଣ, ବରଗଡ଼ ଜିଲ୍ଲାରୁ ୭୬ଜଣ, ଭଦ୍ରକ ଜିଲ୍ଲାରୁ ୧୩୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୧୬ଜଣ, ବୌଦ୍ଧ ଜିଲ୍ଲାରୁ ୧୫ଜଣ, କଟକ ଜିଲ୍ଲାରୁ ୮୭୦ଜଣ, ଦେଓଗଡ଼ ଜିଲ୍ଲାରୁ ୧୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୦ଜଣ, ଗଜପତି ଜିଲ୍ଲାରୁ ୮୨ଜଣ, ଗଞ୍ଜାମ ଜିଲ୍ଲାରୁ ୧୫୪ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪୨ଜଣ, ଯାଜପୁର ଜିଲ୍ଲାରୁ ୨୧୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୧୯ଜଣ, କଳାହାଣ୍ଡି ଜିଲ୍ଲାରୁ ୧୨୩ଜଣ, କନ୍ଧମାଳ ଜିଲ୍ଲାରୁ ୩୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୧ଜଣ, କେନ୍ଦୁଝର ଜିଲ୍ଲାରୁ ୧୦୯ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୧୮୮ଜଣ, କୋରାପୁଟ ଜିଲ୍ଲାରୁ ୧୫୫ଜଣ, ମାଲକାନଗିରି ଜିଲ୍ଲାରୁ ୧୭ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୨୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୨୨ଜଣ, ନୟାଗଡ଼ ଜିଲ୍ଲାରୁ ୧୦୨ଜଣ, ନୂଆପଡ଼ା ଜିଲ୍ଲାରୁ ୬୬ଜଣ, ପୁରୀ ଜିଲ୍ଲାରୁ ୨୭୨ଜଣ, ରାୟଗଡ଼ା ଜିଲ୍ଲାରୁ ୧୩୧ଜଣ, ସମ୍ବଲପୁର ଜିଲ୍ଲାରୁ ୫୭୦ଜଣ, ସୋନପୁର ଜିଲ୍ଲାରୁ ୧୦୬ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩୪୮ଜଣ, ଷ୍ଟେଟ ପୁଲ୍ ରୁ ୭୨୪ଜଣ ରହିଛନ୍ତି ।

ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ମୃତ୍ୟୁର କୌଣସି ସୂଚନା ବର୍ତମାନ ସୁଦ୍ଧ ଦିଆଯାଇନାହିଁ । କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୯ ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୦୧୬୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୪୮୭୩୨ଜଣ ସୁସ୍ଥ ହୋଇଛନ୍ତି  । ଆଉ ୪୪୩୪୯ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ବେଳେ  ଗତକାଲି ସୁଦ୍ଧା ରାଜ୍ୟରେ ୨୬୪୦୩୬୬୭ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ରେ ଆଉ ୧୪୫ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ – ମୋଟ ସଂଖ୍ୟା ୩୪୭ କୁ ବୃଦ୍ଧି

ଭୁବନେଶ୍ୱର,୧୯/୧/୨୦୨୨ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ ଏକାଥରକେ ଆଉ ୧୪୫ ଜଣ ନୂଆ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। …

Leave a Reply

Your email address will not be published. Required fields are marked *