Thursday , January 20 2022
Breaking News
Home / କୃଷି / ଅଦିନିଆ ବର୍ଷା ରେ ବେହାଲ ଧାନ ମଣ୍ଡି, ଚାଷୀ ମୁଣ୍ଡରେ ଚଡକ

ଅଦିନିଆ ବର୍ଷା ରେ ବେହାଲ ଧାନ ମଣ୍ଡି, ଚାଷୀ ମୁଣ୍ଡରେ ଚଡକ

ଧର୍ମଗଡ଼, ୧୩/୧/୨୦୨୨ (ଓଡ଼ିଶା ସମାଚାର / ରାକେଶ ବେମାଲ)- ଅଦିନିଆ ବର୍ଷାରେ ବେହାଲ ହୋଇପଡିଛି ଧାନ ମଣ୍ଡି । ଖୋଲା ଆକାଶ ତଳେ ପଡିରହିଥିବା ଧାନ କୁ ଶୀତ କାକର ସହି ଜଗି ରହୁଥିବା ବେଳେ ଅଦିନିଆ ବର୍ଷା   ଚାଷୀଙ୍କ ଚିନ୍ତା କୁ ଦି ଗୁଣିତ କରିଛି  । କେତେବେଳେ ଧାନ ଅଭାବି ବିକ୍ରି ତ କେତେବେଳେ କଟନୀ ଛଟନୀର ଶିକାର ହେଉଛି  ଚାଷୀ।  ପ୍ରାୟ ସମସ୍ତ ଧାନ ମଣ୍ଡିରେ ଭିତ୍ତିଭୂମୀ ଅଭାବ ଯୋଗୁଁ ଖୋଲା ଆକାଶ ତଳେ ମାସ ମାସ ଧରି ପଡି ରହିଛି ଧାନ । ଗତକାଲି ଠାରୁ  ମେଘୁଆ ପାଗ ସାଙ୍ଗ କୁ ପ୍ରବଳ ବର୍ଷା ଲାଗିରହିଛି। ନିଜ ଧାନ ର ସୁରକ୍ଷା ପାଇଁ ପଲିଥିନ ଘୋଡେଇବା ପାଇଁ କିଏ ବ୍ୟସ୍ତ ତ , ଆଉ କିଏ ଜମି ରହୁଥିବା ପାଣି କାଢିବା ପାଇଁ ବ୍ୟସ୍ତ  ।ଏଭଳି ଦୃଶ୍ୟ ଧର୍ମଗଡ଼ ଅଂଚଳର ସମସ୍ତ  ମଣ୍ଡିରେ ଦେଖିବାକୁ ମିଳିଛି। ତେବେ ମଣ୍ଡି ର ବିଭିନ୍ନ ସମସ୍ୟା ଓ ଭିତ୍ତିଭୂମି ଅଭାବ ଦେଖା ଯାଉଥିବା ନେଇ ଚାଷୀ ଙ୍କ ଭିତରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି ।ଓଡ଼ିଶା ସମାଚାର

About admin

Check Also

ଅଦିନିଆ ବର୍ଷା ରେ ବେହାଲ ଧାନ ମଣ୍ଡି, ଚାଷୀ ମୁଣ୍ଡରେ ଚଡକ

Leave a Reply

Your email address will not be published. Required fields are marked *