Saturday , August 13 2022
Breaking News
Home / ବିଶେଷ / ସାରସ୍ୱତ ସାଧକ ଡଃ କୁଶ ନନ୍ଦ ଥିଲେ ସାହିତ୍ୟ ଜଗତର ଉଜ୍ଜଳ ଜ୍ୟୋତିଷ୍କ

ସାରସ୍ୱତ ସାଧକ ଡଃ କୁଶ ନନ୍ଦ ଥିଲେ ସାହିତ୍ୟ ଜଗତର ଉଜ୍ଜଳ ଜ୍ୟୋତିଷ୍କ

ରଘୁନାଥପୁର, ୧୨/୧/୨୦୨୨ (ଓଡ଼ିଶା ସମାଚାର)- ଏହି ଉପଲକ୍ଷେ ଡ. ନନ୍ଦଙ୍କର ଛାତ୍ର କନ୍ଧମାଳ ସାଂସଦ ତଥା କିଟ୍, କିସ୍ ପ୍ରତିଷ୍ଠାତା ପ୍ରଫେସର ଅଚୁ୍ୟତ ସାମନ୍ତ ତାଙ୍କର ଏକ ବାର୍ତାରେ ଡ. ନନ୍ଦ ଥିଲେ ଜଣେ ଆଦର୍ଶ ଛାତ୍ରବତ୍ସଳ ଶିକ୍ଷକ, ଗୀତା ଗବେଷକ, ସୁସାହିତି୍ୟକ ଥିଲେ ବୋଲି ବାର୍ତାରେ ଉଲ୍ଲେଖ କରିବା ସହିତ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସାରସ୍ୱତ ସାଧକ ତଥା ଗୀତା ଗବେଷକ ଡଃ କୁଶ ନନ୍ଦ ଥିଲେ ସାହିତ୍ୟ ଜଗତର ଉଜ୍ଜ୍ୱ ଜ୍ୟୋତିଷ୍କ ବୋଲି ଆଜି ତାଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଅନୁଷ୍ଟିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ଯୋଗଦେଇ ଏହା କହିଥିଲେ । ଏଥିରେ ପଣ୍ଡିତ ଶୀବତ୍ସ ଦାସ ମହାପାତ୍ର ପୌରୋହିତ୍ୟ କରି ସ୍ୱର୍ଗତ ଡଃ ନନ୍ଦ ପ୍ରଥମେ ରବିନ୍ଦ୍ରନାଥ ଟାଗୋର ଓ ଭକ୍ତ କବି ମଧୁସୁଦନଙ୍କ ଉପରେ ତୁଳନାତ୍ମକ ସନ୍ଧର୍ଭ ଲେଖି ପି.ଏଚ୍.ଡି ଉପାଧି ପାଇଥିଲେ ବୋଲି କହିଥିଲେ । ଏଥିରେ ବିସି କଲେଜର ପୂର୍ବତନ ଅଧ୍ୟକ୍ଷ ରମାରଂଜନ ସ୍ୱାଇଁ, ଅଧ୍ୟାପକ ଆଶିଷ କୁମାର ଚକ୍ରବର୍ତୀ, ପ୍ରିନ୍ଟେକ୍ସ ଅଫସେଟ୍ ର ପରିଚାଳନା ନିର୍ଦ୍ଧେଶକ ବୃନ୍ଦାବନ ବେହେରା, ଡ. ଭାସ୍ୱତକାନ୍ତି ସେନଗୁପ୍ତ, ସତ୍ୟଭୂଷଣ ନନ୍ଦ, ମନସ୍ୱିନୀ ନନ୍ଦ, ବିଦୁଭୂଷଣ ନନ୍ଦ, ନିଳାନ୍ଦି ଭୂଷଣ ନନ୍ଦ, ଦିପ୍ତୀମୟୀ ନନ୍ଦ, ସଚ୍ଚିକାନ୍ତ ଆଚାର୍ଯ୍ୟ, ପୋଲିସ ଅଧିକାରୀ ପ୍ରଣବ ପଣ୍ଡା, ଅଧ୍ୟାପକ ଅଜୟ କୁମାର ଦାସ, ଶିକ୍ଷାବିତ ରବିନ୍ଦ୍ର କୁମାର ମହାପାତ୍ର, ଜୟ ପ୍ରକାଶ ପଣ୍ଡା, ସମାଜସେବୀ ଅଶୋକ କୁମାର ଦାସ (ଜୁବୁଦା), ଡଃ ଗିରିଧାରୀ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନନ୍ଦଙ୍କର ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ବିଧୁଭୁଷଣ ନନ୍ଦ ସୂଚନା ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.