Thursday , January 20 2022
Breaking News
Home / ନିର୍ବାଚନ / ପଂଚାୟତ ନିର୍ବାଚନ:  ଜିଲ୍ଲାର ୩୨ଟି ଜୋନରେ ୧୧ଲକ୍ଷ ୪୭ହଜାର ୩୩୦ ଭୋଟର ଭୋଟ ଦେବେ

ପଂଚାୟତ ନିର୍ବାଚନ:  ଜିଲ୍ଲାର ୩୨ଟି ଜୋନରେ ୧୧ଲକ୍ଷ ୪୭ହଜାର ୩୩୦ ଭୋଟର ଭୋଟ ଦେବେ

କେନ୍ଦ୍ରାପଡା, ୧୨/୧/୨୦୨୨ (ଓଡ଼ିଶା ସମାଚାର)- ଚଳିତ ବର୍ଷ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ୫ଟି ପର୍ଯ୍ୟାୟରେ ହେବା ପାଇଁ ପାଇଁ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦେଶନାମା ଜାରି କରିଛନ୍ତି । ସେହି ଅନୁଯାଇ ଆସନ୍ତା ଫେବୃୟାରୀମାସ ୧୬, ୧୮, ୨୦,୨୨ ଓ ୨୪ତାରିଖରେ ୫ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକରେ ମୋଟ ୩୨ଟି ଜିଲ୍ଲା ପରିଷଦ ଜୋନ ରହିଛି । ସେଥି ମଧ୍ୟରୁ ଆଳି ବ୍ଲକରେ ୪ଟି ଜୋନ ରହିଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକରେ ୪ଟି, ମହାକାଳପଡା ବ୍ଲକରେ ୫ଟି, କେନ୍ଦ୍ରାପଡା ବ୍ଲକରେ ୪ଟି, ଡେରାବିଶ ବ୍ଲକରେ ୩ଟି, ରାଜକନିକା ବ୍ଲକରେ ୩ଟି, ରାଜନଗର ବ୍ଲକରେ ୩ଟି, ମାର୍ଶାଘାଇ ବ୍ଲକରେ ୩ଟି ଓ ଗରଦପୁର ବ୍ଲକରେ ୩ଟି ଜୋନ ରହିଛି । ସେହିପରି ଚଳିତବର୍ଷ ତ୍ରିସ୍ତରୀୟ ନିର୍ବାଚନରେ କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକ ମଧ୍ୟରୁ ଆଳି ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନ ଅଧିନ ୩୪ଟି ପଂଚାୟତର ୪୯୦ଟି ୱାର୍ଡର ୧ଲକ୍ଷ ୩୮ହଜାର, ୨୪୨ଜଣ ଭୋଟର ଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକର ୪ଟି ଜୋନର ୩୧ଟି ପଂଚାୟତର  ୪୨୨ଟି ୱାର୍ଡର ୧ଲକ୍ଷ ୪୨ହଜାର, ୬୮୫ଜଣ ଭୋଟର, ମହାକାଳପଡା ବ୍ଲକର ୫ଟି ଜୋନ ଅଧିନ ୩୧ଟି ପଂଚାୟତର ୪୭୪ଟି ୱାର୍ଡର ୧ଲକ୍ଷ ୬୬ହଜାର ୪୨୦ଜଣ ଭୋଟର, କେନ୍ଦ୍ରାପଡା ବ୍ଲକର ୪ଟି ଜୋନ ଅଧିନ ୨୭ଟି ପଂଚାୟତର ୪୨୯ଟି ୱାର୍ଡର ୧ଲକ୍ଷ ୨୭ହଜାର ୮୨୦ଜଣ ଭୋଟର, ଡେରାବିଶ ବ୍ଲକର ୩ଟି ଜୋନ ଅଧିନ ୨୬ଟି ପଂଚାୟତର ୩୯୦ଟି ୱାର୍ଡର ୧ଲକ୍ଷ ୧୮ହଜାର ୪୮୯ ଜଣ ଭୋଟର, ରାଜକନିକା ବ୍ଲକର ୩ଟି ଜୋନ ଅଧିନ ୨୯ଟି ପଂଚାୟତର ୪୮୪ଟି ୱାର୍ଡର ୧ଲକ୍ଷ ୨୩ହଜାର ୩୮୦ ଜଣ ଭୋଟର, ରାଜନଗର ବ୍ଲକର ୩ଟି ଜୋନ ଅଧିନ ୨୯ଟି ପଂଚାୟତର ୩୬୩ଟି ୱାର୍ଡର ୧ଲକ୍ଷ ୩୦ହଜାର ୬୧୫ଜଣ ଭୋଟର, ମାର୍ଶାଘାଇ ବ୍ଲକର ୩ଟି ଜୋନ ଅଧିନ ୨୪ଟି ପଂଚାୟତର ୩୬୬ଟି ୱାର୍ଡର ୧ଲକ୍ଷ ୬ହଜାର ୯୬୯ଜଣ ଭୋଟର ଓ ଗରଦପୁର ବ୍ଲକର ୩ଟି ଜୋନ ଅଧିନ ୧୮ଟି ପଂଚାୟତର୨୮୦ଟି ୱାର୍ଡର ୯୨ହଜାର ୭୧୦ଜଣ ଭୋଟର ଭୋଟ ଦେବେ । ସେହିପରି ୫ଟି ପର୍ଯ୍ୟାୟରେ ହେବାକୁ ଥିବା ତ୍ରିସ୍ତରୀୟ ନିର୍ବାଚନ କେନ୍ଦ୍ରାପଡା ଜିଲ୍ଲାରେ ଆଳି ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନ ଏବଂ ଡେରାବିଶ ବ୍ଲକର ୩ଟି ଜୋନ  ଆସନ୍ତା ଫେବୃୟାରୀମାସ ୧୬ତାରିଖ ପ୍ରଥମ ପର୍ଯ୍ୟାୟରେ ହେବାକୁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ରାଜକନିକା ବ୍ଲକର ୩ଟି ଏବଂ ମାର୍ଶାଘାଇ ବ୍ଲକର ୩ଟି ଜୋନର ଫେବୃୟାରୀ ୧୮ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ, ପଟ୍ଟାମୁଣ୍ଡାଇ ବ୍ଲକର ୪ଟି ଏବଂ ରାଜନଗର ବ୍ଲକର ୩ଟି ଜୋନରେ ଫେବୃୟାରୀ ୨୦ତାରିଖ ତୃତୀୟ ପର୍ଯ୍ୟାୟରେ, କେନ୍ଦ୍ରାପଡା ବ୍ଲକର ୪ଟି ଜୋନ ଏବଂ ଗରଦପୁର ବ୍ଲକର ୩ଟି ଜୋନରେ ଫେବୃୟାରୀ ୨୨ତାରିଖ ଚତୁର୍ଥ ପର୍ଯ୍ୟାୟରେ ଏବଂ ଆସନ୍ତା ଫେବୃୟାରୀ ମାସ ୨୪ତାରିଖ ପଂଚମ ପର୍ଯ୍ୟାୟରେ ମହାକାଳପଡା ବ୍ଲକର ୫ଟି ଜୋନରେ ଭୋଟ ଗ୍ରହଣ କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛି । ୧୧ ତାରିଖ ନିର୍ବାଚନ ଘୋଷଣା ପର ଠାରୁ ନିର୍ବାଚନ କମିଶନ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ କରିଛନ୍ତି ।ଓଡ଼ିଶା ସମାଚାର

About admin

Check Also

ଗରଦପୁର ଜିଲା ପରିଷଦ ୧୧ନମ୍ବର ରୁ ମଂଜୁବାଳା ଜେନା ଓ ୯ ନମ୍ବର ରୁ ଏଲିନା ସ୍ୱାଇଁ ବିଜେଡ଼ି ପ୍ରାର୍ଥି ଭାବେ ନାମାଙ୍କନ ଦାଖଲ କଲେ

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ନାମାଙ୍କନ ମାହୋଲ ଆରମ୍ଭ ହୋଇ ଯାଇଛି । ଶତାଧିକ …

Leave a Reply

Your email address will not be published. Required fields are marked *