Tuesday , August 9 2022
Breaking News
Home / ବିଶେଷ / ଟ୍ରକରେ କାର ପିଟି ହୋଇ ୨ ଗୁରୁତର: କାରରେ ରହିଛି ବିଧାୟକଙ୍କର ଫଳକ

ଟ୍ରକରେ କାର ପିଟି ହୋଇ ୨ ଗୁରୁତର: କାରରେ ରହିଛି ବିଧାୟକଙ୍କର ଫଳକ

 ରଘୁନାଥପୁର, ୧୨/୧/୨୦୨୨ (ଓଡ଼ିଶା ସମାଚାର)- କଟକ-ପାରାଦ୍ୱୀପ ରାସ୍ତାର କଂଟୁଆର ଠାରେ ଏକ କାର ଟ୍ରକକୁ ପିଟିବାରୁ କାରରେ ଥିବା ୨ଜଣ ଗୁରୁତର ହୋଇ କଟକ ବଡମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଛନ୍ତି । ଏହି କାର ର  କାଚ ଉପରେ ବିଧାୟକ ଙ୍କ ପାସ୍ ରହିଥିଲା । ତେବେ ଏହି କାରଟି କେଉଁ ବିଧାୟକଙ୍କର ତାହା ଜଣାପଡିନାହିଁ । ତେବେ, ପାରାଦ୍ୱୀପରୁ କଟକ ଅଭିମୁଖେ ଓଡି ୦୨ ବିଜି ୭୬୧୭ ହୁଣ୍ଡାଇ କାରରେ ବିଧାୟକ ଫଳକ ଲାଗିଥିଲା । ଏଥିରେ ୨ଜଣ କଟକ ଯାଉଥିଲେ । ଟ୍ରକକୁ ଉକ୍ତ କାରଟି ପିଟିବାରୁ କାରଟି ଭାଙ୍ଗି ଚୁରମାର ହୋଇଯାଇଛି । ଗୁରୁତର ୨ଜଣକୁ ସ୍ଥାନୀୟ ଲୋକମାନେ ପ୍ରଥମେ ରଘୁନାଥପୁର ମେଡିକାଲ ଓ ପରେ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଇଥିଲେ । ଏ କାରରେ ପାରାଦ୍ୱୀପ ଥାନା ଅନ୍ତର୍ଗତ ମଧୁବନ ଅଂଚଳର ଦେବୀ ପ୍ରସାଦ ସାମନ୍ତାରୟ ବସିଥିଲେ ।  ଖବରପାଇ କଲରାବାଙ୍କ ଫାଣ୍ଡି ପୋଲିସ ଉକ୍ତ କାରଟିକୁ ରାସ୍ତା ମଝିରୁ ହଟାଇ ଘଟଣାର ତଦନ୍ତ ଚଳାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.