Saturday , November 26 2022
Breaking News
Home / ନିର୍ବାଚନ / କଟକ ଜିଲ୍ଲାରେ ୫ ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମାହାଙ୍ଗାରୁ ଆରମ୍ଭ ହୋଇ ନିଆଳିରେ ଶେଷ ହେଵ

କଟକ ଜିଲ୍ଲାରେ ୫ ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମାହାଙ୍ଗାରୁ ଆରମ୍ଭ ହୋଇ ନିଆଳିରେ ଶେଷ ହେଵ

କଟକ ସଦର , ୧୨/୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଟକ ଜିଲ୍ଲାର ୧୪ ଟି ଵ୍ଲକରେ ମୋଟ ୪୬ ଟି ଜିଲ୍ଲାପରିଷଦ ସଭ୍ୟ,୩୭୩ ଟି ଲେଖାଏଁ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା,୫୭୦୩ ୱ।ର୍ଡ ସଭ୍ୟ/ସଭ୍ୟାଙ୍କ ପାଇଁ ୫ଟି ପର୍ଯ୍ୟାୟରେ ଭୋଟଗ୍ରହଣ ଅନୁଷ୍ଠିତ ହେଵ ଵୋଲି ଜଣାପଡିଛି। ପ୍ରଥମ ଦଫାରେ ମାହାଙ୍ଗା ଵ୍ଲକରୁ ନିର୍ବାଚନ ଆରମ୍ଭ ହୋଇ ଶେଷରେ ନିଆଳି ଵ୍ଲକରେ ଶେଷ ହେଵ। ଫେବୃଆରୀ ୧୬ ରେ ହେଵାକୁ ଥିଵା ପ୍ରଥମ ପର୍ଯ୍ୟାୟରେ ମାହାଙ୍ଗା,କଟକ ସଦର ଓ ନରସିଂହପୁର ବ୍ଲକ ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେଵ।ଏହି ତିନୋଟି ଵ୍ଲକରେ ୪ଟି ଲେଖାଏଁ ଜିଲ୍ଲାପରିଷଦ ଆସନ ସହିତ ମାହାଙ୍ଗା ଓ ନରସିଂହପୁର ଵ୍ଲକରେ ୩୭ଟି ଲେଖାଏଁ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଏବଂ କଟକ ସଦର ଵ୍ଲକରେ ୨୩ଟି ଲେଖାଏଁ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଵ।୧୮ରେ ଵାରଙ୍ଗ, ନିଶ୍ଚିନ୍ତକୋଇଲି ଓ ବଡ଼ମ୍ବା ଵ୍ଲକରେ ନିର୍ବାଚନ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୦ ଟି ଜିଲ୍ଲାପରିଷଦ,୯୫ ଟି ଲେଖାଏଁ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ପଦ ପାଇଁ ନିର୍ବାଚନ ହେବ। ନିଶ୍ଚିନ୍ତକୋଇଲି ଵ୍ଲକରେ ୫ଟି ଜିଲ୍ଲା ପରିଷଦ ଆସନ ସହିତ ୪୧ ଟି ଲେଖାଏଁ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କ ପାଇଁ ନିର୍ବାଚନ ହେଵ। ବାରଙ୍ଗ ଵ୍ଲକରେ ୨ଟି ଜିଲ୍ଲାପରିଷଦ ଆସନ ସହିତ ୧୬ଟି ଲେଖାଏଁ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କ ପାଇଁ ନିର୍ବାଚନ ହେବ। ବଡ଼ମ୍ବା ଵ୍ଲକରେ ୩ଟି ଜିଲାପରିଷଦ ଆସନ ସହିତ ୩୮ଟି ଲେଖାଏଁ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କ ପାଇଁ ନିର୍ବାଚନ ହେବ।୨୦ରେ ତୃତୀୟ ପର୍ଯ୍ୟାୟରେ ସାଲେପୁର, କଣ୍ଟାପଡ଼ା ଓ ତିଗିରିଆ ବ୍ଲକର ୮ଟି ଜିଲ୍ଲା ପରିଷଦ ପଦ ସହିତ ୫୯ ଟି ଲେଖାଏଁ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କ ପାଇଁ ନିର୍ବାଚନ ହେବ। ସାଲେପୁର ଵ୍ଲକର ୪ଟି ଜିଲ୍ଲା ପରିଷଦ ଆସନ ସହିତ ୩୧ ଟି ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କ ପାଇଁ ନିର୍ବାଚନ ହେବ। ସେହିପରି କଣ୍ଟାପଡ଼ା ଓ ତିଗିରିଆ ଵ୍ଲକର ୨ଟି ଲେଖାଏଁ ଜିଲ୍ଲା ପରିଷଦ ଆସନ ସହିତ ୧୪ ଟି ଲେଖାଏଁ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କ ପାଇଁ ନିର୍ବାଚନ ହେବ।୨୨ରେ ଟାଙ୍ଗୀ-ଚୈ।ଦ୍ୱ।ର ଆଠଗଡ ଓ ବାଙ୍କି-ଡମପଡା ଵ୍ଲକ ପାଇଁ ମୋଟ ୯ଟି ଜିଲ୍ଲା ପରିଷଦ,୭୫ଟି ଲେଖାଏଁ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କ ପାଇଁ ନିର୍ବାଚନ ହେବ।ଟାଙ୍ଗୀ-ଚୈ।ଦ୍ୱ।ର ବ୍ଲକ ପାଇଁ ୪ଟି ଜିଲ୍ଲା ପରିଷଦ ସହିତ ୨୪ ଟି ଲେଖାଏଁ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କ ପାଇଁ ନିର୍ବାଚନ ହେବ। ଆଠଗଡ଼ରେ ୩ଟି ଜିଲ୍ଲା ପରିଷଦ ସହିତ ୩୪ଟି ଲେଖାଏଁ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କ ପାଇଁ ନିର୍ବାଚନ ହେବ।ଵାଙ୍କୀ-ଡମପଡା ଵ୍ଲକ ରେ ୨ଟି ଜିଲ୍ଲା ପରିଷଦ ସହିତ ୧୭ଟି ଲେଖାଏଁ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କ ପାଇଁ ନିର୍ବାଚନ ହେବ।୨୪ ରେ ହେଵାକୁ ଥିଵା ଶେଷ ପର୍ଯ୍ୟାୟରେ କଣ୍ଟାପଡ଼ା ଓ ନିଆଳି ବ୍ଲକରେ ନିର୍ବାଚନ ହେବ। ସେଥିରେ ଏହି ପର୍ଯ୍ୟାୟରେ ନିଆଳି ର ୪,ଵାଙ୍କୀର ୩ଟି ଜିଲ୍ଲା ପରିଷଦ ସହିତ ନିଆଳିର ୨୩ଟି ଓ ଵାଙ୍କୀର ୨୦ ଟି ଲେଖାଏଁ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟାଙ୍କ ପାଇଁ ନିର୍ବାଚନ ହେବ ଵୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.