କଟକ, ୧୨/୧/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ଓ ହାଇକୋର୍ଟର କର୍ମଚାରୀଙ୍କ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆସନ୍ତାକାଲି ଠାରୁ ହାଇକୋର୍ଟ ୫ ଦିନ ସଟ୍ଡାନ୍ ପାଇଁ ନିଷ୍ପତି ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଅର୍ଥାତ ୧୩ ତାରିଖ ଠାରୁ ୧୭ ତାରିଖ ହାଇକୋର୍ଟର କାର୍ୟ୍ୟ ବନ୍ଦ ରହିବ । ହାଇକୋର୍ଟ ଓ ଏହାର ସମସ୍ତ କାର୍ଯ୍ୟାଳୟ ୫ ଦିନ ପାଇଁ ବନ୍ଦ ରହିବ । ୧୮ତାରିଖରେ ପୁଣି ହାଇକୋର୍ଟ କାର୍ଯ୍ୟକ୍ଷମ ହେବ । ୧୩ ତାରିଖ ଓ ୧୭ ତାରିଖରେ ଥିବା ବେଂଚ ବସିବ ନାହିଁ । ସବିଶେଷ ସୂଚନା ଜାଣିବା ପାଇଁ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଙ୍କ ନିର୍ଦ୍ଧେଶକୁ ଦେଖନ୍ତୁ । ଓଡ଼ିଶା ସମାଚାର
