ଭୁବନେଶ୍ୱର , ୧୨/୧/୨୦୨୨ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଦୃତ ଗତିରେ ବଢ଼ି ଚାଲିଛି । କହଁଳା ବାଝୁରୀ ଡ଼ିଆଁ ମାରିବା ପରି ରାଜ୍ୟରେ କରୋନା ଡ଼ିଆଁ ମାରୁଛି । ଗତ ଡିସେମ୍ବର ୨୮ରେ ୧୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ଡିସେମ୍ବର ୨୯ରେ ୨୨୧ଜଣ, ଡିସେମ୍ବର ୩୦ରେ ୨୨୫ଜଣ, ଡିସେମ୍ବର ୩୧ରେ ୨୨୮ଜଣ, ଜାନୁଆରୀ ୧ରେ ୨୯୮ଜଣ, ଜାନୁଆରୀ ୨ରେ ୪୨୪ ଜଣ, ଜାନୁଆରୀ ୩ ରେ ୪୨୪ ଜଣ, ଗତକାଲି ଜାନୁଆରୀ ୪ ରେ ୬୮୦ ଜଣ ଜାନୁଆରୀ ୫ ରେ ୧୨୧୬ ଜଣ , ଜାନୁଆରୀ ୬ ତାରିଖରେ ୧୮୯୭ ଜଣ , ଜାନୁଆରୀ ୭ ତାରିଖରେ ୨୭୦୩ ଜଣ , ଜାନୁଆରୀ ୮ ତାରିଖରେ ୩୬୭୯ ଜଣ ଜାନୁଆରୀ ୯ ତାରିଖରେ ୪୭୧୪ ଜଣ, ଜାନୁଆରୀ ୧୦ ରେ ୪୮୨୯ ଜଣ , ଗତକାଲି ଜାନୁଆରୀ ୧୧ ରେ ୭୦୭୧ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮୭୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୧୫୪୭ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟର ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦୯୬ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୩୬୮୨ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୭୯୨ ଜଣ ଶିଶୁ ରହିଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୦୭ଜଣ, ବାଲେଶ୍ୱର ଜିଲ୍ଲାରୁ ୨୩୧ଜଣ, ବରଗଡ଼ ଜିଲ୍ଲାରୁ ୧୩୬ଜଣ, ଭଦ୍ରକ ଜିଲ୍ଲାରୁ ୧୦୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୧୬ଜଣ, ବୌଦ୍ଧ ଜିଲ୍ଲାରୁ ୧୨ଜଣ, କଟକ ଜିଲ୍ଲାରୁ ୭୬୬ଜଣ, ଦେଓଗଡ଼ ଜିଲ୍ଲାରୁ ୨୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୮ଜଣ, ଗଜପତି ଜିଲ୍ଲାରୁ ୭୨ଜଣ, ଗଞ୍ଜାମ ଜିଲ୍ଲାରୁ ୧୦୬ଜଣ, ଜଗତସିଂହପୁର ଜିଲ୍ଲାରୁ ୧୧୪ଜଣ, ଯାଜପୁର ଜିଲ୍ଲାରୁ ୧୯୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୦୩ଜଣ, କଳାହାଣ୍ଡି ଜିଲ୍ଲାରୁ ୮୬ଜଣ, କନ୍ଧମାଳ ଜିଲ୍ଲାରୁ ୨୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୬୧୫ଜଣ, କୋରାପୁଟ ଜିଲ୍ଲାରୁ ୧୬୧ଜଣ, ମାଲକାନଗିରି ଜିଲ୍ଲାରୁ ୧୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୩୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧୨ଜଣ, ନୟାଗଡ଼ ଜିଲ୍ଲାରୁ ୭୫ଜଣ, ନୂଆପଡ଼ା ଜିଲ୍ଲାରୁ ୬୭ଜଣ, ପୁରୀ ଜିଲ୍ଲାରୁ ୨୧୬ଜଣ, ରାୟଗଡ଼ା ଜିଲ୍ଲାରୁ ୬୫ଜଣ, ସମ୍ବଲପୁର ଜିଲ୍ଲାରୁ ୫୯୬ଜଣ, ସୋନପୁର ଜିଲ୍ଲାରୁ ୮୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨୫୨ଜଣ, ଷ୍ଟେଟ ପୁଲ୍ ରୁ ୫୭୫ଜଣ ରହିଛନ୍ତି ।
ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ମୃତ୍ୟୁର କୌଣସି ସୂଚନା ବର୍ତମାନ ସୁଦ୍ଧ ଦିଆଯାଇନାହିଁ ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୯୧୫୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୪୭୭୮୩ଜଣ ସୁସ୍ଥ ହୋଇଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୯ ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ
୩୫୨୪୨ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ବେଳେ ଗତକାଲି ସୁଦ୍ଧା ରାଜ୍ୟରେ ୨୬୩୨୨୬୦୨ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର