Thursday , January 20 2022
Breaking News
Home / ସ୍ୱାସ୍ଥ୍ୟ / ଓଡ଼ିଶା ରେ ଆଉ ୬୭ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ସଂଖ୍ୟା ୧୭୦ କୁ ବୃଦ୍ଧି

ଓଡ଼ିଶା ରେ ଆଉ ୬୭ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ସଂଖ୍ୟା ୧୭୦ କୁ ବୃଦ୍ଧି

ଭୁବନେଶ୍ୱର , ୧୨/୧/୨୦୨୨ (ଓଡ଼ିଶା ସମାଚାର/ ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ଗୋଟିଏ ଦିନରେ ଆଉ ୮୭୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହାକୁ ତାଳ ଦେଇ ଆଜି ଗୋଟିଏ ଦିସନରେ ସର୍ବାଧିକ ୬୭ ଜଣ ଓମିକ୍ରନ୍ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୧୦୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି । ଏ ନେଇ ଓଏଲଏସ ପକ୍ଷରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି ।ତେବେ ସେମାନଙ୍କ ମଧ୍ୟରୁ ୯ ଜଣ ଆକ୍ରାନ୍ତ ଇତି ମଧ୍ୟରେ ସୁସ୍ଥ ହୋଇ ସାରିଛନ୍ତି । ଆଜି ଯେଉଁ ନୂଆ ୬୭ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି , ସେମାନେ ସମସ୍ତେ ସ୍ଥାନୀୟ ସଂକ୍ରମିତ । ୨୬୩ ଜଣ ଙ୍କ ନମୂନା ପରୀକ୍ଷାରୁ ଏହି ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତେ ସଂଖ୍ୟକ ସ୍ଥାନୀୟ ସଂକ୍ରମିତ ଜଣାପଡ଼ିବା ପରେ ଚିନ୍ତା ବଢ଼ି ଯାଇଛି । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ରେ ଆଉ ୧୪୫ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ – ମୋଟ ସଂଖ୍ୟା ୩୪୭ କୁ ବୃଦ୍ଧି

ଭୁବନେଶ୍ୱର,୧୯/୧/୨୦୨୨ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ ଏକାଥରକେ ଆଉ ୧୪୫ ଜଣ ନୂଆ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। …

Leave a Reply

Your email address will not be published. Required fields are marked *