Tuesday , August 9 2022
Breaking News
Home / ବିଶେଷ / ଆପାର୍ଟମେଣ୍ଟରେ ଲାଗିଲା ନିଆଁ

ଆପାର୍ଟମେଣ୍ଟରେ ଲାଗିଲା ନିଆଁ

କଟକ,୧୨/୧/୨୦୨୨ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- କଟକ ବାଦାମବାଡ଼ିରେ ଥିବା ଗୋଟିଏ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ହୋଇଛି । ବିକାଶ ଭବନ ସାମ୍ନାରେ ଥିବା ଆପାର୍ଟମେଣ୍ଟର ତୃତୀୟ ମହଲାରେ ନିଆଁ ଲାଗିଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଟିମ୍ । ତୁରନ୍ତ ନିଆଁ ଲିଭା କାମ ଆରମ୍ଭ ହୋଇଥିଲା ।ନିଆଁ ଝରକା ଦେଇ ବାହାରକୁ ବାହିରିଥିଲା । ଏହି ଘଟଣା ପରେ ଆପାର୍ଟମେଣ୍ଟରେ ରହୁଥିବା ଲୋକ ଭୟରେ ବାହାରକୁ ଚାଲି ଆସିଥିଲେ । କିଛି ସମୟ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ତେବେ ଆପାର୍ଟମେଣ୍ଟରେ କିଭଳି ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି । କେତେ କଣ କ୍ଷୟକ୍ଷତି ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳି ନାହିଁ। ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.