Saturday , August 13 2022
Breaking News
Home / ବିଶେଷ / ସାଇବର ଠକେଇ : ବୋକା ବନାଇ ଲୁଟିନେଲେ ୫୦ ହଜାର ଟଙ୍କା

ସାଇବର ଠକେଇ : ବୋକା ବନାଇ ଲୁଟିନେଲେ ୫୦ ହଜାର ଟଙ୍କା

ଗରଦପୁର, ୧୧/୧/୨୦୨୨ (ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ ଶ୍ରୀଚନ୍ଦନପୁର ଗ୍ରାମର ନାନକ କୁମାର ସାହୁ ୪୧ ବର୍ଷ ବୟସ୍କ ଯୁବକ ଏକ ସାଇବର ଠକେଇ ର ଶିକାର ହୋଇଛନ୍ତି । ଜିଓ ସିମ ରେ ୧୦ ଟଘଙ୍କା ରିଚାର୍ଯ କରି କେୱାସି ଅପଡ଼େଟ କରିବା ନାଁ ରେ ସାଇବର ଠକ ଲୁଟିନେଲେ ଟଙ୍କା । ଏ ସମ୍ପର୍କରେ ପାଟକୁରା ଥାନାରେ ଅଭିଯୋଗ ହୋଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଶ୍ରୀଚନ୍ଦନପୁର ଗ୍ରାମର ନାନକ କୁମାର ସାହୁଙ୍କର ଗରଦପୁର ବଜାରରେ ଏକ ମେଡ଼ିସିନ୍ ଦୋକାନ ଅଛି । ଗତ ୬ ତାରିଖ ରେ ନାନକ ଙ୍କ ମୋବାଇଲ କୁ ଏକ ମେସେଜ ଆସିଥିଲା । ମେସେଜ ରେ ଲେଖାଥିଲା ଆପଣଙ୍କର ଜିଓ ସିମ୍ କେୱାଇସି କରାଇ ନିଅନ୍ତୁ ନହେଲେ ୨୪ ଘଂଟା ମଧ୍ୟରେ ସିମ୍ ଅଚଳ କରିଦିଆଯିବ । ଏଥି ସହିତ କଷ୍ଟୋମର କେଆର ନମ୍ବର ମଧ୍ୟ ରହିଥିଲା । ମେସେଜ ଦେଖିବା ପରେ ନାନକ କଷ୍ଟୋମର କେଆର ନମ୍ବର ରେ କଲ କରିଥିଲେ । କଲ ରିସିଭ କରି ସାଇବର ଠକ ଜଣକ ଡ଼େବିଟ କାର୍ଡ଼ ଦ୍ୱାରା ୧୦ ଟଙ୍କା ରିଚାର୍ଯ କରିବାକୁ କହିଥିଲା । ନାନକ ତାଙ୍କ ଜିଓ ସିମରେ ୧୦ ଟଙ୍କା ରିଚାର୍ଯ କରିବା ପରେ ପରେ ପ୍ଲେ ଷ୍ଟୋର ରୁ ଟିମ୍ ଭିୟୁଅର କୁଇକ୍ ସପୋର୍ଟ ଆପ୍ଲିକେସନ୍ ଆପ୍ ଡ଼ାଉନଲୋଡ଼ କରିବାକୁ ସାଇବର ଠକ ଜଣକ କହିଥିଲା । ନାନକ ଏହା କରିବା ପରେ ପରେ ସେଙ୍ଗ ସେଙ୍ଗ ନାନକ ଙ୍କ ଏକାଉଂଟରୁ ୪୯ ହଜାର ୯୦୨ ଟଙ୍କା କଟିଯାଇଥିଲା । ଏହାପରେ ନନେକ ଠକାମିର ଶିକାର ହୋଇଥିବା ଜାଣିଏଟିଏମ କାର୍ଡ଼ ବ୍ଲକ୍ କରିବା ସହିତ ପାଟକୁରା ଥାନାରେ ଅଭିଯୋଗକରିଛନ୍ତି । ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ କରୁଛି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.