Thursday , January 20 2022
Breaking News
Home / ବିଶେଷ / ସାଂସ୍କୃତିକ ଅଭିଯାନ କ୍ରମରେ କରୋନା ସଚେତନତା

ସାଂସ୍କୃତିକ ଅଭିଯାନ କ୍ରମରେ କରୋନା ସଚେତନତା

ଗରଦପୁର, ୧୧/୧/୨୦୨୨ (ଓଡ଼ିଶା ସମାଚାର)-ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ସରକାରୀ ମହାମାରୀ କରୋନା ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରୁଛନ୍ତି । ପିକଅପ୍ ଭ୍ୟାନରେ ସୁଦୃଶ୍ୟ ଚିତ୍ର ସହ ଏଲସିଡ଼ି ଲଗାଯାଇ ଅଭିନୟ ମାଧ୍ୟମରେ ଛକ ବଜାର ମାନଙ୍କରେ କରୋନା ଭାଇରାଂଟ ଓମିକ୍ରମନ ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ବାର୍ତା ପ୍ରଚାର କରାଯାଉଛି । ଗରଦପୁର ବ୍ଲକ୍ ର ପାଟକୁରା, ନୂଆପଡ଼ା, କେରୁଆ, ଗରଦପୁର, କଳାବୁଦା ଆଦି ଛକ ବଜାରରେ ଏଲସିଡ଼ି ଅଭିନୟ ମାଧ୍ୟମରେ ଜନ ସଚେତନତା ଯଥା: ସାମାଜିକ ଦୂରତା ବଜାୟ ରଖିବା, ମୁହଁ ରେ ମାସ୍କ ନିଶ୍ଚିତ ବ୍ୟବହାର କରିବାକୁ ,ଜନ ଗହଳି ଠାରୁ ନିଜକୁ ଦୂରେଇ ରଖିବାକୁ. ନିହାତି ଆବଶ୍ୟକ ନଥିଲେ ପଦାକୁ ନଯିବାକୁ ,ବାରମ୍ବାର ସାବୁନରେ ହାତ ଧୋଇବାକୁ , ସୁସମ ଖାଦ୍ୟ ଖାଇବାକୁ ସେଥିରେ ପରାମର୍ଶ ଦିଆଯାଉଛି । ଓଡ଼ିଶା ସମାଚାର

About admin

Check Also

ବିଜେଡି ପକ୍ଷରୁ ଜୋନ ୧ ଜିଲ୍ଲାପରିଷଦ ପ୍ରାର୍ଥୀପତ୍ର ଦାଖଲ

ରଘୁନାଥପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକର ୨ଗୋଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ବିଜୁଜନତା ଦଳ ପକ୍ଷରୁ ପ୍ରାର୍ଥୀଙ୍କ …

Leave a Reply

Your email address will not be published. Required fields are marked *