Tuesday , August 9 2022
Breaking News
Home / ବିଶେଷ / ଭୁବନ ଥାନା ତରଫରୁ ମାସ୍କ ଚେକିଙ୍ଗ ଜୋରଦାର , ୫ହଜାର ୫୦୦ ଟଙ୍କା ଫାଇନ ଆଦାୟ

ଭୁବନ ଥାନା ତରଫରୁ ମାସ୍କ ଚେକିଙ୍ଗ ଜୋରଦାର , ୫ହଜାର ୫୦୦ ଟଙ୍କା ଫାଇନ ଆଦାୟ

ଭୁବନ,୧୧/୧/୨୦୨୨ (ଓଡ଼ିଶା ସମାଚାର)- ସାରା ଓଡିଶାରେ ପୁନର୍ବାର ମହାମାରୀ କରୋନାର ନୁଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତଗତିରେ କାୟାବିସ୍ତାର କରି ଆଗକୁ ବଢୁଥିବାରୁ ସମସ୍ତେ ମାସ୍କ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି ଏବଂ ଅମାନିଆଙ୍କ ଠାରୁ ଫାଇନ ଆଦାୟ ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ଆଜି ଢେଙ୍କାନାଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କସଂଖ୍ୟା ହଠାତ ବୃଦ୍ଧି ପାଇ୫୫ ରେ ପହଁଚିବା ଯୋଗୁ ଭୁବନ ଥାନା ତରଫରୁ ଆଜି ମଧ୍ୟାହ୍ନରେ ୫୩ ନମ୍ବର ଜାତୀୟ ରାଜପଥର କାଳୀବଜାର ଓ ନୂଆବଜାର (ବସଷ୍ଟାଣ୍ଡ) ଠାରେ ମାସ୍କ ଚେକିଙ୍ଗ କରାଯାଇଥିଲା । ଆଇଆଇସି ପ୍ରଶାନ୍ତ କୁମାର ପାତ୍ର, ଏଏସଆଇ ପ୍ରଭାତ କୁମାର ରାଉତ ପୋଲିସ କର୍ମଚାରୀଙ୍କ ଗହଣରେ ଅମାନିଆଙ୍କ ଠାରୁ ୫ ହଜାର ୫୦୦ ଟଙ୍କା ଫାଇନ ଆଦାୟ କରିଥିଲେ । ଅନୁରୂପ ଭାବେ ତହସିଲଦାର ଡ. ରୋଜାଲିନ ବେହେରା ଓ ବିଡିଓ ଆଶୀର୍ବାଦ ପରିଡା ମଧ୍ୟ ବିଭିନ୍ନ ଦୋକାନ ବଜାର ବୁଲି ଲୋକଙ୍କୁ ସଚେତନ କରାଇବା ସହିତ ମାସ୍କ ଚେକିଙ୍ଗ କରିଥିଲେ ଏବଂ ଦୋକାନରେ ଭିଡ ନକରିବାକୁ ଦୋକାନ ମାଲିକଙ୍କୁ ଚେତାବନି ଦେଇଥିଲେ । ଅନ୍ୟଥା ଦୋକାନ ସିଲ କରିବାକୁ ତାଗିଦ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.