ଭୁବନେଶ୍ୱର , ୧୧/୧/୨୦୨୨ (ଓଡ଼ିଶା ସମାଚାର)- ନୂଆପଡା ଜିଲାର ବର୍ଷିଆନ ଆଦିବାସୀ ନେତା , ଖଡିଆଳର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦୁର୍ୟ୍ୟୋଧନ ମାଝୀଙ୍କର ପରଲୋକ ଘଟିଛି । ସେ ଜଣେ ଦକ୍ଷ ରାଜନୀତିଜ୍ଞ ଭାବରେ ପରିଚିତ ଥିଲେ । ଶ୍ରୀ ମାଝୀ ଖଡିଆଳରୁ ୫ ଥର ରାଜ୍ୟ ବିଧାନସଭାକୁ ନର୍ବାଚିତ ହୋଇଥିଲେ । ତାଙ୍କ ମୃତ୍ୟୁରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର
