Tuesday , September 27 2022
Breaking News
Home / ବିଶେଷ / ପଞ୍ଚାୟତ ନିର୍ବାଚନ ଆଚରଣବିଧି ଲାଗୁ ହେଵା ପୂର୍ବରୁ ଵାରଦା ମିଶନ ଶକ୍ତି ଗୃ଼ହ ଉଦ୍ଘାଟିତ

ପଞ୍ଚାୟତ ନିର୍ବାଚନ ଆଚରଣବିଧି ଲାଗୁ ହେଵା ପୂର୍ବରୁ ଵାରଦା ମିଶନ ଶକ୍ତି ଗୃ଼ହ ଉଦ୍ଘାଟିତ

କଟକ ସଦର, ୧୧/୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହେଵାର ଅଳ୍ପ ସମୟ ପୂର୍ବରୁ ଆଜି ମଙ୍ଗଳବାର କଟକ ସଦର ବ୍ଲକ ଅନ୍ତର୍ଗତ ଵାରଦା ପଞ୍ଚାୟତ କାର୍ୟ୍ୟାଳୟ ପରିସରେ ଏକ ମିଶନ ଶକ୍ତି ଗୃହକୁ ଵ୍ଲକ ପ୍ରଶାସନ ପକ୍ଷରୁ ଉଦ୍ଘାଟନ କରାଯାଇଛି।ଏହି ପରିପ୍ରେକ୍ଷୀରେ ସରପଞ୍ଚ ରମେଶ ସାହୁଙ୍କ ପରିଚାଳନାରେ କୋଭିଡ କଟକଣାରେ ଆୟୋଜିତ ସଭାରେ ଵିଡିଓ ରାଜୀଵ ଲୋଚନ ପରିଡ଼ା, ସହକାରୀ ନିର୍ବାହୀ ଯନ୍ତ୍ରୀ ଵିକାଶ ଭୂୟାଁ,ଵ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, କାର୍ୟ୍ୟକାରୀ ସଭାପତି ସମର ବେହେରା, ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡା, କନିଷ୍ଠ ଯନ୍ତ୍ରୀ ସୁଜାତା ସିଂହ, ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ଅକ୍ଷୟ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ।ଏଥିରେ ବଳରାମ ମଲ୍ଲିକ, ଚିତ୍ତରଞ୍ଜନ ଦାସ,ନିରଞ୍ଜନ ପଟ୍ଟାୟତ,ଵିଜୟ କୁମାର ସାହୁ, ମନମୋହନ ସାହୁ,ରାଜେଶ କୁମାର ଜେନା, ଦେବେନ୍ଦ୍ର ଲେଙ୍କା ପ୍ରମୁଖ ସହାୟତା କରିଥିଲେ।ଓଡ଼ିଶା ସମାଚାର

Leave a Reply

Your email address will not be published.