Friday , August 19 2022
Breaking News
Home / ବିଶେଷ / କହ୍ନେଇପୁର ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ପଡିଲା ଭିତିଭୂମି

କହ୍ନେଇପୁର ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ପଡିଲା ଭିତିଭୂମି

କେନ୍ଦ୍ରାପଡା,୧୧/୧/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ପଂଚାୟତର କହ୍ନେଇପୁର ଗ୍ରାମରେ ଏକ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ମଙ୍ଗଳବାର ଭିତିଭୂମି ପଡିଛି । ଫଳକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ସରପଂଚ ରମେଶ ଚନ୍ଦ୍ର ସାହାଣୀ ଓ ସମିତି ସଭ୍ୟା କାଂଚନବାଳା ଲେଙ୍କାଙ୍କ ନାମ ଥିଲେ ମଧ୍ୟ  କରୋନା କଟକଣା ପାଇଁ କେହି ନଆସିବାରୁ ଏହି ଗ୍ରାମର ସମାଜସେବୀ ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ଆଖପାଖ ୩ଟି ଗ୍ରାମ ସନ୍ୟାସପୁର, ବରହମପୁର ଓ ମାନପାଟଣା ଗ୍ରାମର ଗ୍ରାମବାସୀ ଓ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କୁ ନେଇ ଭିତିଭୂମି ପଡିଥିଲା । ଏହି ପ୍ରକଳ୍ପଟିକୁ ୨କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ କେନ୍ଦ୍ରାପଡା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଡିଭିଜନ ନିର୍ମାଣ କରିବ । ଏହି ପ୍ରକଳ୍ପ ନିର୍ମାଣ ହେଲେ ସନ୍ୟାସପୁର, ବରହମପୁର, ମାନପାଟଣା ଓ କହ୍ନେଇପୁର ଗ୍ରାମର ୫ହଜାର ଲୋକ ଉପକୃତ ହେବେ ବୋଲି ସେଠାରେ ଉପସ୍ଥିତ ଥିବା ବିଭାଗୀୟ ସହକାରୀ ଯନ୍ତ୍ରୀ ଇଂ ତପନ କୁମାର ଦତ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦିଲ୍ଲିପ ବେହେରା, ରଞ୍ଜନ ବେହେରା, ପ୍ରଦିପ ବେହେରା, ଗୋଲେଖ ବେହେରା, ଭାଷ୍କର ପରିଡା, ସୁନାକର ବେହେରା, ବାବୁଲି ଲେଙ୍କା, ଅନନ୍ତ ସ୍ୱାଇଁ, ରଞ୍ଜନ ଭୋଳ, ପ୍ରଦିପ ଖଟୁଆ, ଗୌରାଙ୍ଗ ବେହେରା, ନିରାକାର ଲେଙ୍କା, ଅଶୋକ ବେହେରା, ବଳରାମ ବେହେରା, ଉମାକାନ୍ତ ବେହେରା, ମମତା ରାଉତ, ମମତା ବେହେରା, ଦେବସ୍ମିତା ବେହେରା, କାମିନୀ ବେହେରା, ନିଳମଣୀ ପ୍ରଧାନ, ନିମାଇଁ ଚରଣ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଦୀର୍ଘଦିନ ଧରି ପାନୀୟ ଜଳ ନପାଇ ବହୁ ଅସୁବିଧାରେ ଥିବା ଗ୍ରାମବାସୀମାନେ ଏହି ପ୍ରକଳ୍ପର ଭିତିଭୂମି ପଡିବା ପରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରାପଡା ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.