Monday , February 6 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ସ୍ଥାୟୀ ସଂସ୍କୃତି ଅଧିକାରୀ ଓ ପ୍ରତ୍ୟେକ ମାସରେ କଳାକାର ଭତା ପ୍ରଦାନ ପାଇଁ ଜିଲ୍ଲା କଳା ସଂସ୍କୃତି ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର

ସ୍ଥାୟୀ ସଂସ୍କୃତି ଅଧିକାରୀ ଓ ପ୍ରତ୍ୟେକ ମାସରେ କଳାକାର ଭତା ପ୍ରଦାନ ପାଇଁ ଜିଲ୍ଲା କଳା ସଂସ୍କୃତି ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୧୦/୧/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ସ୍ଥାୟୀ ଜିଲ୍ଲା ସଂସ୍କୃତି ଅଧିକାରୀ ନିଯୁକ୍ତି ଏବଂ ପ୍ରତ୍ୟେକ ମାସରେ କଳାକାର ଭତା ପ୍ରଦାନ ଦାବିରେ ଜିଲ୍ଲା କଳା ସଂସ୍କୃତି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ସୋମବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଗତ ୧୯୯୫ମସିହା ଠାରୁ କେନ୍ଦ୍ରାପଡା ଜିଲ୍ଲାରେ କୌଣସି ସ୍ଥାୟୀ ଜିଲ୍ଲା ସଂସ୍କୃତି ଅଧିକାରୀ ନାହାନ୍ତି । ଫଳରେ ଜିଲ୍ଲା ସଂସ୍କୃତି ବିଭାଗର କାର୍ଯ୍ୟ ସଠିକ ଭାବରେ ଓ ନିର୍ଦ୍ଧିଷ୍ଟ ସମୟରେ ହୋଇପାରୁନାହିଁ । ଏତଦବ୍ୟତିତ ଏହି ଜିଲ୍ଲାରେ ୧୫୭୯ଜଣ କଳାକାର ଭତା ପାଉଥିବା ବେଳେ ସେମାନଙ୍କ ମଧ୍ୟରେ ୮୦ଭାଗ ବୟୋଜ୍ୟେଷ୍ଠ କଳାକାର ଅଛନ୍ତି । ଆଜକୁ ୭ମାସ ହେବ ସେହି କଳାକାରମାନେ ଭତା ନପାଇ ବହୁ ଅସୁବିଧାରେ କାଳାତିପାତ କରୁଛନ୍ତି । ଏମିତିକି ଔଷଧ ଖାଇବା ପାଇଁ ସେମାନେ ବାରଦୁଆର ସୁଣ୍ଢିପିଣ୍ଡା ହେଉଥିବା ସଂଘ ଅଭିଯୋଗ କରିଛି । ତେଣୁ ପ୍ରତ୍ୟେକ ମାସର ୨୫ତାରିଖରେ କଳାକାରମାନଙ୍କୁ ଭତା ପ୍ରଦାନ କରାଯିବାକୁ ସଂଘ ଦାବି କରିଛି । ଜିଲ୍ଲାରେ ଜଣେ ସ୍ଥାୟୀ ସଂସ୍କୃତି ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ସଂସ୍କୃତି ବିଭାଗ ନିର୍ଦେଶକଙ୍କୁ ଜିଲ୍ଲାପାଳ ସୁପାରିଶ କରିବାକୁ ସଂଘ ଦାବି କରିଛି । ଜିଲ୍ଲା କଳା ସଂସ୍କୃତି ସଂଘର ସଭାପତି ଗଗନବିହାରୀ ସିଂହଙ୍କ ନେତୃତ୍ୱରେ କ୍ଷୀରୋଦ କୁମାର ନାଥ, ଅଭୟ କୁମାର ଶତପଥୀ, ମାଧବାନନ୍ଦ ଦାଶ, କାର୍ତିକ ଦାସ, ବାବାଜୀ ଚରଣ ସେଠୀ, ଶାରଦା ପ୍ରସନ୍ନ ନାଥ, ଗୋପିନାଥ ରଣା, ହିମାଂଶୁ କର, ସରୋଜକାନ୍ତ ପରିଡା, କୈଳାସ ଚନ୍ଦ୍ର ଗୋଛାୟତ, ତ୍ରିଲୋଚନ ବେହେରା, ଅଜୟ ପ୍ରଧାନ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.