ଭୁବନେଶ୍ୱର , ୧୦/୧/୨୦୨୨ (ଓଡ଼ିଶା ସମାଚାର)- ସୂଚନା ଓ ଲୋକ ସମ୍ପର୍କ ତଥା ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ସଂକ୍ରମିତ ହୋଇଛନ୍ତି । ଏ ସମ୍ପର୍କରେ ମନ୍ତ୍ରୀ ନିଯେ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି । ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇ ହୋମ ଆଇସୋଲେସନ ରେ ଅଛନ୍ତି ଓ ତାଙ୍କ ସଂଷ୍ପର୍ଶରେ ଯେଉଁମାନେ ଆସିଛନ୍ତି , ସେମାନେ ନିଜ ନିଜର କରୋନା ପରୀକ୍ଷା କରାଇନେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଓଡ଼ିଶା ସମାଚାର
