Thursday , January 20 2022
Breaking News
Home / ଶିକ୍ଷା / ମହିଳା ମହାବିଦ୍ୟାଳୟରେ ଏନଏସଏସ ର ଶୀତକାଳୀନ ଶିବିର ଉଦଯାପିତ

ମହିଳା ମହାବିଦ୍ୟାଳୟରେ ଏନଏସଏସ ର ଶୀତକାଳୀନ ଶିବିର ଉଦଯାପିତ

ଭୁବନ,୧୦/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟସେବା ଯୋଜନା (ଏନଏସଏସ ) ଆନୁକୂଲ୍ୟରେ ଗତ ୨ ତାରିଖ ଠାରୁ ଚାଲିଥିବା ଶୀତକାଳୀନ ଶିବିର ଆଜି ଉଦଯାପିତ ହୋଇଯାଇଛି । ପ୍ରୋଗ୍ରାମ ଅଫିସର ପ୍ରଶାନ୍ତ ରାଉତରାୟ ଓ ନିରଂଜନ ନାୟକ ଙ୍କ ତତ୍ୱାବଧାନରେ ୫୦ ଜଣ ସ୍ୱେଚ୍ଛାସେବୀ ଅଂଶଗ୍ରହଣକରି ଲତାବିଲ , ଭଦଳିଆପଶି ଗ୍ରାମରେ ସଫେଇ କରିବାସହ ମହାମାରୀ କରୋନାରୁ ବର୍ତିବା ସଂପର୍କରେ ଜନସଚେତନତା ସୃଷ୍ଟିକରି ଲୋକଙ୍କୁ ମାସ୍କ ବଂଟନ କରିଥିଲେ । ଉଦଯାପନୀ ଉତ୍ସବରେ ପୁରୀ ଗୋବର୍ଦ୍ଧନ ପୀଠ ର ସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀମାନଙ୍କ ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବାସହ ମାର୍ଗଦର୍ଶନ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ ଦାସ ଙ୍କ ସମେତ ଡଃ ମମତା ପାତ୍ର ,ପ୍ରମିଳା ଦାସ , ନମିତା ଦ୍ୱିବେଦୀ ଉପସ୍ଥିତରହି ସ୍ୱେଚ୍ଛାସେବୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବାଜିରାଉତ କଲେଜରେ ଛାତ୍ରଛାତ୍ରୀଙ୍କୁ ଟୀକାକରଣ

ଭୁବନ,୧୦/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ  ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଟୀକାକରଣ କାର୍ଯ୍ୟକ୍ରମ …

Leave a Reply

Your email address will not be published. Required fields are marked *