Saturday , August 13 2022
Breaking News
Home / ବିଶେଷ / କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା କରୋନା ଆକ୍ରାନ୍ତ

କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା କରୋନା ଆକ୍ରାନ୍ତ

କେନ୍ଦ୍ରାପଡା, ୧୦/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିିତ ଥିବା ସୂଚନା ମିଳିଛି । ଗତ ତିନି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ତୁରନ୍ତ କରୋନା ପରୀକ୍ଷା କରାଇନେବାକୁ ବିଧାୟକ ଶ୍ରୀ ବେହେରା ନିବେଦନ କରିଛନ୍ତି । ପୂର୍ବରୁ ମଧ୍ୟ ବିଧାୟକ ଶ୍ରୀ ବେହେରା କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ସମ୍ପାଦକ ରଞ୍ଜିତ ସାହୁ, ମହେନ୍ଦ୍ର ମିଶ୍ର, କାଳି ପ୍ରସାଦ ମିଶ୍ର, ହିରଣ୍ୟ ପଣ୍ଡା, ପ୍ରତାପ ଚନ୍ଦ୍ର ଦାସ, ବିଜୟ ପତି, ମଙ୍ଗଳବରଣ ସିଂ, ଯଯାତି କେଶରୀ ମହାନ୍ତି, ଶକ୍ତିକାନ୍ତ ପାତ୍ର, ଦେବଦାସ ମହାନ୍ତି, ସଞ୍ଜୟ କୁମାର ଜେନା, ମାନସ ସେଠୀ ପ୍ରମୁଖ ବିଧାୟକ ଶ୍ରୀ ବେହେରାଙ୍କ ଆଶୁ ଆରୋଗ୍ୟକାମନା କରି ପ୍ରଭୁ ଶ୍ରୀସିଦ୍ଧ ବଳଦେବଜୀଉଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.