Tuesday , August 16 2022
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ଜିଲ୍ଲାରେ ଆଜି ୨୪ଜଣ କରୋନା ପଜିଟିଭ – ଜିଲ୍ଲାରେ ୩ଜଣ ଓମିକ୍ରନ ଚିହ୍ନଟ

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୨୪ଜଣ କରୋନା ପଜିଟିଭ – ଜିଲ୍ଲାରେ ୩ଜଣ ଓମିକ୍ରନ ଚିହ୍ନଟ

କେନ୍ଦ୍ରାପଡ଼ା, ୧୦/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ସୋମବାର ୨୪ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଆଳି  ବ୍ଲକରେ ୫ଜଣ, ଡେରାବିଶ ବ୍ଲକରେ ୪ଜଣ, ଗରଦପୁର ବ୍ଲକରେ ୨ଜଣ, କେନ୍ଦ୍ରାପଡା ବ୍ଲକରେ ୮ଜଣ,  ପଟ୍ଟାମୁଣ୍ଡାଇ ବ୍ଲକରେ ୪ଜଣ  ଓ କେନ୍ଦ୍ରାପଡା ପୋରାଳରେ ଜଣେ କରୋନା ପଜିଟିଭ କେଶ ବାହାରିଥିବା ସୂଚନା ଦିଆଯାଇଛି । ଏତଦବ୍ୟତିତ କେନ୍ଦ୍ରାପଡା ଜିଲ୍ଲାରେ ୩ଜଣ ଓମିକ୍ରନ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ବିଦେଶରୁ ଆସିଥିବା ବେଳେ ଜଣେ ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତି ଏବଂ ଅନ୍ୟ ଜଣେ ସ୍ଥାନୀୟ ବ୍ୟକ୍ତି ଅଟନ୍ତି । ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଅଦ୍ୟାବଧି ଚିହ୍ନଟ କରାଯାଇନଥିବା ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କ ଠାରୁ ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ଦେଶରେ ପ୍ରଥମ : ନବଦମ୍ପତି ଗିଫ୍ଟ ଯୋଜନା ସେପ୍ଟେମ୍ବରରୁ ଆରମ୍ଭ

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶାରେ ନୂଆ ବିବାହ କରିବାକୁ ଯାଉଥିବା ଯୋଡ଼ିଙ୍କୁ ନବଦମ୍ପତି ବିବାହ ଉପହାର ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ ବିଭାଗର …

Leave a Reply

Your email address will not be published.