Thursday , January 20 2022
Breaking News
Home / କୃଷି / କଟକ ଜିଲ୍ଲାରେ ତୁରନ୍ତ ଧାନ ମଣ୍ଡି ଖୋଲିଵା ଓ ଟୋକନ ଅଵଧି ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କୁ ଦାଵି ଜଣାଇଲା ଵିଜେପି କୃଷକ ମୋର୍ଚ୍ଚା

କଟକ ଜିଲ୍ଲାରେ ତୁରନ୍ତ ଧାନ ମଣ୍ଡି ଖୋଲିଵା ଓ ଟୋକନ ଅଵଧି ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କୁ ଦାଵି ଜଣାଇଲା ଵିଜେପି କୃଷକ ମୋର୍ଚ୍ଚା

କଟକ ସଦର, ୧୦/୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ଜିଲ୍ଲାରେ ଏପର୍ଯ୍ୟନ୍ତ ଗୋଟିଏଵି ହେଲେ ଧାନ ମଣ୍ଡି ଖୋଲି ନଥିଵାରୁ ଚାଷୀମାନେ ତାଙ୍କର ଉତ୍ପାଦିତ ଧାନକୁ ଶାଗ ମଛ ଦରରେ ଦଲାଲଙ୍କୁ ଵିକିଵା ଆରମ୍ଭ କରିଥିବା ଵିଜେପି କୃଷକ ମୋର୍ଚ୍ଚା ଅଭିଯୋଗ କରିଛି।ଏପରିକି ଧାନ ମଣ୍ଡି ନଖୋଲି ଚାଷୀଙ୍କୁ ଅନଲାଇନ୍ ଟୋକନ ଦିଆଯାଇ ଚାଷୀଙ୍କ ସାଙ୍ଗରେ ସରକାର ପ୍ରତାରଣା କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏଥିପାଇଁ ତୁରନ୍ତ ମଣ୍ଡି ଖୋଲିଵା,ଟୋକନର ଅବଧି ଆଉ ଦୁଇ ମାସ ବୃଦ୍ଧି କରିଵା ତିନି ଦଫା ଦାଵି ନେଇ ଆଜି ସୋମବାର ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନାଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀ ତୁଷାରକାନ୍ତି ଦେଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତୁଷାର ସ୍ୱାଇଁ, ରାଜ୍ୟ ଉପସଭାପତି ଜ୍ଞାନରଞ୍ଜନ ମଙ୍ଗରାଜ, କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ,ସଂଯୋଜକ ଭଵେଶ ମହାପାତ୍ର,ସରୋଜ ସାହୁ, ତୁଷାର ଚକ୍ରବର୍ତ୍ତୀ, ପ୍ରଶାନ୍ତ କୁମାର ଗାଣ୍ଠିଆ,କଟକ ସଦର ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ଜେନା, ସାଧାରଣ ସମ୍ପାଦକ ନିର୍ମଳ ଚନ୍ଦ୍ର ଦାସ ପ୍ରମୁଖ ସାମିଲ ହୋଇଥିଲେ। ଓଡ଼ିଶା ସମାଚାର

About admin

Check Also

୨ୟ ଦଫାରେ ରଘୁନାଥପୁର ବ୍ଲକ୍ ବିଜେଡ଼ିର ପ୍ରାର୍ଥି ତାଲିକା ଘୋଷଣା

ରଘୁନାଥପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ଆଜି ୨ୟ ଦଫାରେ ରଘୁନାଥପୁର ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ ତିର୍ତୋଲ ବିଧ।ୟକ …

Leave a Reply

Your email address will not be published. Required fields are marked *