Wednesday , January 26 2022
Breaking News
Home / ସ୍ୱାସ୍ଥ୍ୟ / ଓଡ଼ିଶା ରେ ଆଉ ୨୮ ଜଣ ନୂଆ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ, ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି

ଓଡ଼ିଶା ରେ ଆଉ ୨୮ ଜଣ ନୂଆ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ, ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି

ଭୁବନେଶ୍ୱର,୧୦/୧/୨୦୨୨ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶା ରେ ଆଉ ୨୮ ଜଣ ନୂଆ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ଆଉ ୨୮ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ନେଇ ଆଇଏଲଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି ।
ରାଜ୍ୟରେ ପ୍ରଥମ ଭାବେ ଡିସେମ୍ବର ୨୧ ତାରିଖରେ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପରେ ଡିସେମ୍ବର ୨୩ ତାରିଖରେ ଆଉ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୨୬ ତାରିଖରେ ଆଉ ୪ ଜଣ, ୨୯ ତାରିଖରେ ଜଣେ, ୩୦ ତାରିଖରେ ୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜାନୁଆରୀ ୨ ତାରିଖରେ ୨୩ ଜଣ, ୫ ତାରିଖରେ ୨୪ ଜଣ, ୮ତାରିଖରେ ୧୪ ଜଣ ଓମିକ୍ରନ୍ ସଂକ୍ରମିତ ହୋଇଥିବା ବେଳେ ୧୦ ତାରିଖରେ ୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତ ସଂଖ୍ୟା ୧୦୩କୁ ବୃଦ୍ଧି ହୋଇଛି । ତେବେ ଇତି ମଧ୍ୟରେ ୮ ଜଣ ସୁସ୍ଥ ହୋଇସାରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ରେ ଆଉ ୭୨୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ, ୯୫୪ଜଣ ଶିଶୁ ସଂକ୍ରମିତ – ୫ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୪/୧/୨୦୨୨ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୭୨୯୧ ଜଣ କରୋନା …

Leave a Reply

Your email address will not be published. Required fields are marked *