ରଘୁନାଥପୁର,୯/୧/୨୦୨୨(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରଖନାଥ ପୀଠ ର ଗୁମାସ୍ତା ତଥା ଛପଡ଼ା ପଂଚାୟତର ସରପଂଚ ବିଜୟ କୁମାର ସ୍ୱାଇଁ ଙ୍କ ପିତା ସୁଦର୍ଶନ ସ୍ୱାଇଁ ଙ୍କର ଆଜି ସନ୍ଧ୍ୟାରେ ୮୪ ବର୍ଷ ବୟସରେ ପରଲୋକ ଘଟିଛି । ସେ ତାଙ୍କ ଜୀବନ ସାରା ଗୋରଖନାଥ ଙ୍କ ସେବା କରିବାରେ ନିଜକୁ ସଂଶ୍ଳିଷ୍ଟ ରଖିଥିବାବେଳେ ବୟସାଧିକ୍ୟ ଯୋଗୁ ସେ କିଛି ଦିନ ହେଲା ଘରେ ଥିଲେ । ହଠାତ ତାଙ୍କ ଦେହ ଆଜି ଖରାପ ହେବାରୁ ସନ୍ଧ୍ୟା ୭ ଟା ବେଳେ ସେ ଶେେ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ସ୍ମଶାନରେ ଦାହ କରାଯାଇଥିଲା । ପୁଅ ବିଜୟ ମୁଖାଗ୍ନୀ ଦେଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ବୋହୁ, ନାତି ଏବଂ ପ୍ରିୟଜନମାନେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ଗୋରଖନାଥ ଙ୍କ ମୁଖ୍ୟ ପୂଜକ ଦିଲିପ କୁମାର ପଣ୍ଡା, ଜ୍ଞାନ ରଂଜନ ପଣ୍ଡା, ମାନସ ରଂଜନ ଦାସ, ଅନ୍ତର୍ଯ୍ୟାମୀ ସାମଲ, ଅମିତ ମହାପାତ୍ର, ମନୋରଂଜନ ପରିଡ଼ା, ଟୁବୁଲା ସ୍ୱାଇଁ, ନବଘନ ବର୍ଦ୍ଧନ, କୁମର ନାୟକ, ଶୁଭ୍ରାଂଶୁ ମହାନ୍ତି, ପ୍ରଦୀପ୍ତ ବିଶ୍ୱାଳ , ବାସୁଦେବ ପାତ୍ର, ମନୋରଂଜନ ବେଉରା ପ୍ରମୁଖ ଶୋକ ପ୍ରକାଶ କରିଥିବାବେଳେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର