Saturday , November 26 2022
Breaking News
Home / ନିର୍ବାଚନ / ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି

ଭୁବନେଶ୍ୱର , ୯/୧/୨୦୨୨ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କାର୍ଯ୍ୟାରମ୍ଭ ହୋଇଛି। ଶନିବାର ଦିନ ଏ ସମ୍ପର୍କରେ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। ଓ୍ଵାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ନିର୍ବାଚନ ପାଇଁ ସରକାର ଆହ୍ଵାନ କରିଛନ୍ତି। ଏହା ପରେ ଆସନ୍ତା ୧୦ ତାରିଖରେ ସର୍ବ ଦଳିୟ ବୈଠକ ଅନୁଷ୍ଠିତ ହେବ । ଏହାପରେ ଯେ କୌଣସି ସମୟରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ଏହା ପରେ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି।ଓଡ଼ିଶା ସମାଚାର

Leave a Reply

Your email address will not be published.