ପୁରୀ ୯/୧/୨୦୨୨ (ଓଡ଼ିଶା ସମାଚାର)-ନିଖିଳ ଉତ୍କଳ ପାଟରା ସମିତି ପାଟଵୈଶ୍ୟ ମହାସଭା ପକ୍ଷରୁ ଏକ ହଜାରରୁ ଉର୍ଦ୍ଧ୍ବ ପ୍ରତିନିଧିଙ୍କୁ ନେଇ ପୁରୀ ଠାରେ ଅନୁଷ୍ଠିତ ହେଵାକୁ ଥିଵା ୨୧୫ ତମ ମହାଅଧିଵେଶନକୁ ଜିଲ୍ଲା ପ୍ରଶାସନର ଅନୁମତି ନମିଳିଵାରୁ ରାଜ୍ୟର ୧୪ ଗୋଟି ଚକଲା(ଆଞ୍ଚଳିକ ଶାଖା)ର କେଵଳ ଏକ ଶହ ପ୍ରତିନିଧି ଙ୍କୁ ନେଇ ପାଟରା ଭକ୍ତ ନିଵାସରେ ଦୁଇ ଦିନିଆ ସଭା କୋଭିଡ ମାର୍ଗ ଦର୍ଶିକା ଅନୁସାରେ ଆଜି ରବିବାର ସଂଧ୍ୟାରେ ଉଦଯାପିତ ହୋଇଛି।୮ତାରିଖ ସଂଧ୍ୟାରେ ଦ୍ୱିତୀୟ ମୁନିବ ଓ କିଶନନଗର ଚକଲାର ମଦାର ଧରଣୀଧର ଵେହେରା ପାଟରା ମଠ ପରିସରରେ ଥିଵା ଜଗନ୍ନାଥ
ମନ୍ଦିର ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ମହାଅଧିଵେଶନର ଶୁଭାରମ୍ଭ କରିଥିଲେ। ଆସନ୍ତା ତିନିବର୍ଷ ପାଇଁ ନୂତନ କର୍ମକର୍ତ୍ତା, ଉପଦେଷ୍ଟା ମଣ୍ଡଳୀ,କାର୍ୟ୍ୟକାରୀ କମିଟି ଗଠନ କରାଯାଇଥିଲା।ଏହି ଅଵସରରେ ସ୍ମରଣୀକା ସଂକର୍ଷଣ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଓଡ଼ିଶା ସମାଚାର