Thursday , June 30 2022
Breaking News
Home / ବିଶେଷ / ଗନାଇଲୋ ହାଇସ୍କୁଲ ୧୯୮୫ ବ୍ୟାଚ ବନ୍ଧୁ ମିଳନ 

ଗନାଇଲୋ ହାଇସ୍କୁଲ ୧୯୮୫ ବ୍ୟାଚ ବନ୍ଧୁ ମିଳନ 

ରଘୁନାଥପୁର,୯/୧/୨୦୨୨ (ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ ଗନାଇଲୋ ହାଇସ୍କୁଲ ୧୯୮୫ ବ୍ୟାଚ୍ ବନ୍ଧୁ ମିଳନ ସ୍ଥାନୀୟ ଧଳତଙ୍ଗଗଡ଼ ସଂରକ୍ଷିତ ଜଂଗଲ ବିଟ୍ ହାଉସ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ତାରାକାନ୍ତ ଜେନା ଙ୍କ ତତ୍ୱାବଧାନ ତଥା ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟାଚ ର ସମସ୍ତ ପୁରୁଷ ଓ ମହିଳା ଯୋଗଦେଇ ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ କରିଥିଲେ । ଏଥି ସହିତ ନିଜ ସ୍କୁଲ ପାଇଁ ନିଜ ସାମର୍ଥ ଅନୁସାରେ ସହଯୋଗର ହାତ ବଢ଼ାଇବେ ବୋଲି ପ୍ରତିଶୃତିବଦ୍ଧ ହେବା ସହିତ ପ୍ରତ୍ୟେକ ବର୍ଷ ଏହି ବନ୍ଧୁ ମିଳନ ପରମ୍ପରା ବଜାୟ ରଖିବାକୁ ଆଶା ବ୍ୟକ୍ତ କରିଥିଲେ । ଏହି ଉପଲକ୍ଷେ ଏକ ବଣ ଭୋଜିର ଆୟୋଜନ କରାଯାଇଥିଲା । ବର୍ଷକୁ ଗୋଟିଏ ଦିନ ନିଜ କାର୍ଯ୍ୟ କ୍ଷେତ୍ର ଛାଡ଼ି ଏକତ୍ରିତ ହୋଇଥିବାରୁ ବହୁ ଆନନ୍ଦ ଅନୁଭବ କରିଥିଲେ । ରମେଶ ଚନ୍ଦ୍ର ମହାପାତ୍ର, ସୁରେଶ ଦାସ, ସରୋଜ ସିଂ, ଟୁକୁନା ସେଠୀ, ପ୍ରଦୀପ୍ତ ମହାପାତ୍ର, ବନମାଳୀ ଲେଙ୍କା, ରାମ ମହାନ୍ତି, ବାଦଲ ଯୋଗାଣିଆ, ମୁରଲୀ ସେଠୀ, ଶିବ ପ୍ରସାଦ ବେହେରା, ଚଗଲା ଜେନା, ତନିମା ମହାନ୍ତି, ଶୁଭଦ୍ରା ତ୍ରିପାଠୀ, ପୁଷ୍ପଲତା ଦଳେଇ, ଜ୍ୟୋତ୍ସ୍ନା ବେହେରା, ଗୀତା ଦାସ, ସରଳା ଓଝା, ପୁସି ମହାନ୍ତି , ଡ଼ଲିପ୍ରଭା ବେହେରା, ପ୍ରଭାସିନୀ ରାୟ, ପ୍ରଭାତୀ ମହାପାତ୍ର, ରେଖା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରମାକାନ୍ତ ମହାରଣା ଧନ୍ୟବାଦ ଅର୍ପଣ କରି କାର୍ଯ୍ରକ୍ରମ ଶେଷ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *