Sunday , May 22 2022
Breaking News
Home / ବିଶେଷ / ଅବସରପ୍ରାପ୍ତ ଶିକ୍ଷକ ଙ୍କ ପରଲୋକ

ଅବସରପ୍ରାପ୍ତ ଶିକ୍ଷକ ଙ୍କ ପରଲୋକ

ଗରଦପୁର, ୯/୧/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ନଇନ୍ଦିପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷÿକ ରାଜକିଶୋର ସ୍ୱାଇଁ(୮୨) ଙ୍କର ପରଲୋକ ହୋଇ ଯାଇଛି । ସେ ତାଙ୍କ ଯୁବ ବୟସରେ ଗରଦପୁର ପଂଚାୟତର ସରପଂଚ ନିର୍ବାଚିତ ହୋଇଥିଲେ । ପରେ ବିଏ ବିଇଡ଼ି ଶିକ୍ଷକ ଭାବେ ମାର୍ଶାଘାଇ ବ୍ଲକ୍ ପିକରାଳିସ୍ଥିତ କପିଳମୁନୀ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଜୀବନ ଆରମ୍ଭ କରିଥିଲେ । ସେଠାରେ ମାତ୍ର ୨ବର୍ଷ ଶିକ୍ଷକତା କରିବା ପରେ ନିଜ ଗ୍ରାମରେ ଥିବା ନଇନ୍ଦିପୁର ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୩୦ ବର୍ଷ ଧରି ଶିକ୍ଷକତା କରି ଅବସର ଗ୍ରହଣ କରିଥିଲେ । ଗ୍ରାମର ବିଭିନ୍ନ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ସହିତ ସେ ଜଡ଼ିତ ଥିଲେ । ତାଙ୍କ ପରଲୋକ ଖବର ପାଇ ଶିକ୍ଷାବିତ ତଥା ସ୍ତମ୍ଭକାର ହିରଣ୍ୟ ମହାନ୍ତି ,ବିଶିଷ୍ଟ ସମାଜସେବୀ ଅଜୟ ରାଉତ, ଡ଼ ବିଜୟ ସ୍ୱାଇଁ, ଶିକ୍ଷକ ଶରତ ମିଶ୍ର, ଶରତ ସାମଲ, ଧରଣୀ ପରିଡ଼ା, ପୂର୍ବତନ ସରପଂଚ ପ୍ରତିନିଧି ମଳିକ, ସରପଂଚ ପ୍ରତିନିଧି ଅମିୟ ରାୟ, ନରୋତମ ପରିଡ଼ା, କୁଂଜ ବିହାରୀ ପାଣି, ମନ୍ମଥ ସାମନ୍ତରାୟ, ନିହାର ମିଶ୍ର, ପୂର୍ବତନ ସମିତି ସଭ୍ୟ ରଂଜିତ ପଣ୍ଡା, ଦିଲିପ ପଣ୍ଡା, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଘନଶ୍ୟମ କାପ ପହଂଚି ତାଙ୍କ ଶବାଧାରରେ ଯୋଗ ଦେଇଥିଲେ । ତାଙ୍କର ୪ ପୁଅ ୨ ଝିଅ , ନାତି ନାତୁଣି ଅଛନ୍ତି । ଚିତ୍ରୋତ୍ପଳା ନଦୀ ତଟରେ ତାଙ୍କର ଶବ ସତ୍କାର କରାଯାଇଥିଲା ।  ବଡ଼ପୁଅ ରଶ୍ମିରଂଜନ ମୁଖାଗ୍ନୀ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *