Tuesday , August 9 2022
Breaking News
Home / ବିଶେଷ / ରୋଗୀକୁ ନଦେଖି ଡାକ୍ତର ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର : ଅଟୋରେ ଜଣେ ପ୍ରସୂତି ସନ୍ତାନ ପ୍ରସବ: ତଦନ୍ତ ଦାବି

ରୋଗୀକୁ ନଦେଖି ଡାକ୍ତର ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର : ଅଟୋରେ ଜଣେ ପ୍ରସୂତି ସନ୍ତାନ ପ୍ରସବ: ତଦନ୍ତ ଦାବି

କନ୍ଧମାଳ,, ୮/୧/୨୦୨୨ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅଟୋରେ ହିଁ ଜଣେ ପ୍ରସୂତି ସନ୍ତାନ ପ୍ରସବ କରିଛନ୍ତି। ପ୍ରସୂତି ଅଟୋରେ ବସି ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଡାକ୍ତର କିମ୍ବା ନର୍ସ ଆସିଲେ ନାହିଁ। ଏପରକି ରୋଗୀ ନଦେଖି ଡାକ୍ତର ତାଙ୍କୁ ଫୁଲବାଣୀ ସ୍ଥାନାନ୍ତର କରିଦେଲେ ବୋଲି ଅଭିଯୋଗ ହୋଇଛି।ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା ୭ଟାରେ ନିଲୁଙ୍ଗିଆ ଗ୍ରାମର ନଙ୍ଗା ପ୍ରଧାନଙ୍କ ଝିଅ ମଇନା ପ୍ରଧାନ ପ୍ରସବ ନିମନ୍ତେ ଆଶାଦିଦିଙ୍କ ସହାୟତାରେ ପହଞ୍ଚିଥିଲେ। ତେବେ କାର୍ଯ୍ୟରତ ଡାକ୍ତର ବାହାରୁ ହିଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ରେଫର୍‌ କରିଦେଇ ଏବଂ ରାଇକିଆରୁ ଆମ୍ବୁଲାନ୍ସ ଡାକୁଛି ବୋଲି କହିଥିଲେ। ଦୀର୍ଘ ୧ ଘଣ୍ଟା ବାହାରେ ଅଟୋରେ ବସି ଛଟପଟ ହେଉଥିବା ବେଳେ ରାଇକିଆରୁ ଆମ୍ବୁଲାନ୍ସ ଆସିବା ବେଳକୁ ମହିଳାଙ୍କ ପ୍ରସବ ହୋଇ ସାରିଥିଲା। ଏ ନେଇ ଡାକ୍ତର ଅଶୋକ କୁମାର ପ୍ରଧାନଙ୍କୁ ପଚାରିବାରୁ ଏମିତି କ’ଣ ପ୍ରସବ ହେଉନାହିଁ କି ବୋଲି କହିଥିଲେ। ତାଙ୍କ କାଗଜପତ୍ର ଠିକ୍‌ ନ ଥିବା ଯୋଗୁଁ ପ୍ରସୂତିଙ୍କୁ ସ୍ଥାନାନ୍ତର କରାଯାଉଥିଲା ବୋଲି ପ୍ରକାଶ କରିଛନ୍ତି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲ ରୁ ଦାବି ହେଉଛି । ଓଡିଶା ସମାଚାର

About admin

Check Also

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ, ୨୦ ହଜାର ଜରିମାନା

କନ୍ଧମାଳ,୦୯/୦୮/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଜି.ଉଦୟଗିରି ଥାନା ଅଂଚଳର ଏକ ନାବାଳିକାକୁ ଦୁଷ୍କର୍ମ …

Leave a Reply

Your email address will not be published.