Tuesday , August 16 2022
Breaking News
Home / ବିଶେଷ / ରାଜଧାନୀର ଆଉ ୧୧ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା

ରାଜଧାନୀର ଆଉ ୧୧ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା

ଭୁବନେଶ୍ୱର , ୮/୧/୨୦୨୨ (ଓଡ଼ିଶା ସମାଚାର)- ରାଜଧାନୀର ଆଉ ୧୧ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏକାଧିକ କୋଭିଡ ପଜିଟିଭ୍ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଉତ୍ତର ଜୋନ୍ର ନିଳାଦ୍ରିବିହାର ବୁଦ୍ଧ ପାର୍କ ପ୍ଲଟ ନଂ ୨୦୮, ପ୍ଲଟ ନଂ ଏସ୍-୫ରୁ ଏକାଧିକ ପଜିଟିଭ୍ ବାହାରିବା ପରେ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଯାଇଛି ।
ସେହିପରି ସତ୍ୟବିହାର ପ୍ଲଟ ନଂ ୧୦୯୪, ଗଜପତି ନଗର ପ୍ଲଟ ନଂ ୧୦୩କୁ ମଧ୍ୟ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେହିପରି ଦକ୍ଷିଣ-ପୂର୍ବ ଜୋନ୍ ର ବମିଖାଲ ପ୍ଲଟ ନଂ ୨୨୩, ସହିଦନଗର ଆଙ୍ଗନ ରେଷ୍ଟୁରାଣ୍ଟ ପାଖ ପ୍ଲଟ ନଂ ୨୦, ଖାରବେଳନଗର ପ୍ଲଟ ନଂ ୯, ଟଙ୍କପାଣି ରୋଡ୍ ପ୍ଲଟ ନଂ ୧୯-ବି, ପୁରୁଣା ଭୁବନେଶ୍ୱର ପ୍ଲଟ ନଂ -୧୪, ଗଙ୍ଗାଯମୁନା ରୋଡ୍ ପ୍ଲଟ ନଂ ୩୩୧୪କୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।
ଏହି ସବୁ କଣ୍ଟେନ୍‌ମେଣ୍ଟ ଜୋନ୍ ରୁ କେହି ପଦାକୁ ଯାଇ ପାରିବେ ନାହିଁ କି ବାହାର ଲୋକ କେହି ସେହି ଜୋନ୍ କୁ ଯାଇ ପାରିବେ ନାହିଁ ।  କଣ୍ଟେନ୍‌ମେଣ୍ଟ ଜୋନ୍ ଅଂଚଳକୁ ଯିବା ଆସିବା ଉପରେ ବିଏମସି ପ୍ରତିବନ୍ଧକ ଲଗାଇଛି । ଏହି ସବୁ ଅଞ୍ଚଳରେ ବିଏମସି ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇଦିଆଯିବ । ଏହା ସହ କଣ୍ଟେନ୍‌ମେଣ୍ଟ ଜୋନ୍‌ କୁ ସାନିଟାଇଜ୍ କରିବା ସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.