Tuesday , August 9 2022
Breaking News
Home / ବିଶେଷ / ଦହିଵରା ଆଳୁଦମ୍ ଓ ଭାଇଚାରାର ସହର ଵୋଲି କହି କଟକର ଵିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଲେ ରେଳ ମନ୍ତ୍ରୀ

ଦହିଵରା ଆଳୁଦମ୍ ଓ ଭାଇଚାରାର ସହର ଵୋଲି କହି କଟକର ଵିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଲେ ରେଳ ମନ୍ତ୍ରୀ

କଟକ ସଦର, ୮/୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ରେଳ, ଯୋଗାଯୋଗ,ଆଇ ଟି, ଏବଂ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ତଥା କଟକର ପୂର୍ବତନ ଜିଲ୍ଲାପାଳ (ଆଇଏଏସ) ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର କଟକ ସହରକୁ ତୋଫାନୀ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଅନୁଧ୍ୟାନ କରି ଫେରିଥିବା ଜଣାଯାଇଛି।ଏହି ଅଵସରେ ଭାଇଚାରା ଓ ଆଳୁଦମ୍ ଦହିବରା ର ସହର କଟକର ସର୍ବାଙ୍ଗୀନ ଉନ୍ନତି ଉପରେ ବିଶେଷ ଧ୍ୟାନ ଦେଵେ ଵୋଲି ରେଳମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ପୂର୍ବାହ୍ନରେ କଟକର ଆରାଧ୍ୟା ଦେବୀ ଚଣ୍ଡୀ ମନ୍ଦିର କୁ ଯାଇଁ ବୈଷ୍ଣବ ପୂଜାର୍ଚ୍ଚନା କରିବା ସହିତ ମନ୍ଦିର ନବୀକରଣ କାର୍ଯ୍ୟରେ ମା’ର ଋଣ ସୁଝିଵା ଅଵସର ବୋଲି କହି ସହଯୋଗ କରିଵାକୁ ଗୈ।ରଵର କଥା ବୋଲି କହିଥିଲେ। ଏହାପରେ ସେ ତାଳଦଣ୍ଡା କେନାଲ ବନ୍ଧ ରାସ୍ତାର ପ୍ରଶସ୍ତିକରଣ ପାଇଁ ମାଲଗୋଦାମ ନିକଟସ୍ଥ ରେଳବାଇ ଜାଗା ଉପରେ ରାସ୍ତା ନିର୍ମାଣକୁ ଉପସ୍ଥିତ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ସିଏମସି କମିଶନର ଅନନ୍ୟା ଦାସଙ୍କୁ ସିକୃତି ପ୍ରଦାନ କରିବା ସହିତ ଡିଆରଏମ୍ ଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ଵିପୁଳ ସମ୍ବର୍ନ୍ଧନା ମଧ୍ୟରେ କଟକ ରେଳ ଷ୍ଟେସନ ପୁର୍ଵ ପଟର ଦ୍ୱିତୀୟ ପ୍ରବେଶ ଦ୍ୱାରର ଶିଳାନ୍ୟାସ କରି ଫେରି ଯାଇଥିଲେ।ରେଳ ମନ୍ତ୍ରୀ ଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ କଟକ ନଗର ଜିଲ୍ଲା ଭାଜପା ସଭାପତି ଲଲାଟେନ୍ଦୁ ଵଡୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ କିଶୋର ମହାନ୍ତି,ଦିଲ୍ଲିପ ମଲ୍ଲିକ, ସୁକାନ୍ତ ଵିଶ୍ୱ।ଳ,ଵିନୋଦ ଦାସ,ଶ୍ରୀତମ ଦାସ, ରଶ୍ମିରେଖା ଦାସ, ଲକ୍ଷ୍ମୀଧର ପ୍ରଧାନ, ଜୟକୃଷ୍ଣ ସ୍ୱାଇଁ, ହେମନ୍ତ ବେହେରା ପ୍ରମୁଖ ଵହୁ କାର୍ଯ୍ୟକର୍ତ୍ତା ଓ ଵିଜେପି ଦଳୀୟ କର୍ମୀ ସାମିଲ ହୋଇଥିଲେ। ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.