Thursday , January 20 2022
Breaking News
Home / ରାଜନୀତି / ଚର୍ଚ୍ଚା : ଵିଜେଡିକୁ ଫେରିଵେ ସଦର ଵ୍ଲକର ପୂର୍ଵତନ ଅଧ୍ୟକ୍ଷ ସତ୍ୟ ଜେନା!

ଚର୍ଚ୍ଚା : ଵିଜେଡିକୁ ଫେରିଵେ ସଦର ଵ୍ଲକର ପୂର୍ଵତନ ଅଧ୍ୟକ୍ଷ ସତ୍ୟ ଜେନା!

କଟକ ସଦର, ୮/୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ଵିଧାୟକ ଚନ୍ଦ୍ର ସାରଥି ଵେହେରାଙ୍କ ସହ ମତ ପାର୍ଥକ୍ୟ ଯୋଗୁ ଵିଜେଡିର ଟାଣୁଆ ଯୁଵ ନେତା,ପୂର୍ଵତନ ରାଜ୍ୟ ଯୁଵ ଵିଜେଡି ଉପସଭାପତି,ପୂର୍ଵତନ ଜିଲ୍ଲା ପରିଷଦ ସଭ୍ୟ,ପୂର୍ଵତନ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ସତ୍ୟ ଜେନା ଵିଜେଡି ଛାଡି ଗତ ସାଧାରଣ ନିର୍ବାଚନ ସମୟରେ ଵିଜେପିରେ ସାମିଲ ହୋଇଥିଲେ। ସତ୍ୟଙ୍କ କାର୍ଯ୍ୟଦକ୍ଷତା କୁ ଦୃଷ୍ଟିରେ ରଖି ଵିଜେପି ତାଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ନିଯୁକ୍ତି ଦେଇଥିଲେ। ହେଲେ ଏଵେ ସତ୍ୟ ଵିଜେଡିକୁ ଘର ଵାହୁଡା କରିଵେ ଵୋଲି ଚର୍ଚ୍ଚା ଯୋର ଧରିଛି। ଯେ ହେତୁ ଵିଜେଡିର ଟାଣୁଆ ମନ୍ତ୍ରୀ ପ୍ରତାପ ଜେନା ସତ୍ୟଙ୍କ ଵାଲ୍ୟ ଵନ୍ଧୁ ତେଣୁ ତାଙ୍କ ଦ୍ୱାରା ଘର ବାହୁଡ଼ା ପାଇଁ ଵାଟ ସଫା କରାଯାଇ ବିଧାୟକ ଚନ୍ଦ୍ର ସାରଥି ଙ୍କ ସହ ଯୋଗସୂତ୍ର ରକ୍ଷା କରାଯାଉଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି।ଏହା ଯଦି ସତ୍ୟ ହୁଏ ତେଵେ ସତ୍ୟ ୨୮ ନମ୍ଵର ଯୋନର ଯେ କୌଣସି ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ନିଶ୍ଚିନ୍ତକୋଇଲି ଵ୍ଲକର ଚେୟାରମ୍ୟାନ ହେଵା ନେଇ ଚର୍ଚ୍ଚା ହେଉଛି। ଯେ ହେତୁ ନିଶ୍ଚିନ୍ତକୋଇଲି ଵ୍ଲକ ମାହାଙ୍ଗା ଓ କଟକ ସଦର ନିର୍ବାଚନମଣ୍ଡଳୀର ଅନ୍ତର୍ଭୁକ୍ତ ସେଥିପାଇଁ ଦୁଇ ବିଧାୟକ ସତ୍ୟଙ୍କୁ ଅଧ୍ୟକ୍ଷ କରିଵାରେ କୈ।ଣସି ପ୍ରତିବନ୍ଧକ ରହିଵ ନାହିଁ। ଆଗାମୀ ଦିନରେ ଚର୍ଚ୍ଚା କେତେ ସତ କେତେ ମିଛ ତାହାହିଁ ଜଣାପଡିଵ। ଓଡ଼ିଶା ସମାଚାର

About admin

Check Also

ଵିଜୁ ଜନତା ଦଳ ପ୍ରତି ଅତ୍ୟଧିକ ଆନୁଗତ୍ୟ ମହଙ୍ଗା ପଡିଲା,ସଦର ଵ୍ଲକ ମହିଳା ଵିଜେଡି ସଭାନେତ୍ରୀ କଵିତା ଦାସଙ୍କ ଦଳରୁ ଇସ୍ତଫା

କଟକ ସଦର, ୨୦/୧/୨୦୨୨ (ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା):ଵିଜୁ ଜନତା ଦଳ ପ୍ରତି ଯେତେ ଆନୁଗତ୍ୟ ଦେଖାଇଲେ ଵି ଯଦି ଟଙ୍କାର …

Leave a Reply

Your email address will not be published. Required fields are marked *