ଭୁବନେଶ୍ୱର , ୮/୧/୨୦୨୨ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଗତ ଡିସେମ୍ବର ୨୮ରେ ୧୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ଡିସେମ୍ବର ୨୯ରେ ୨୨୧ଜଣ, ଡିସେମ୍ବର ୩୦ରେ ୨୨୫ଜଣ, ଡିସେମ୍ବର ୩୧ରେ ୨୨୮ଜଣ, ଜାନୁଆରୀ ୧ରେ ୨୯୮ଜଣ, ଜାନୁଆରୀ ୨ରେ ୪୨୪ ଜଣ, ଜାନୁଆରୀ ୩ ରେ ୪୨୪ ଜଣ, ଜାନୁଆରୀ ୪ ରେ ୬୮୦ ଜଣ ,ଜାନୁଆରୀ ୫ ରେ ୧୨୧୬ ଜଣ , ଜାନୁଆରୀ ୬ ତାରିଖରେ ୧୮୯୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗତକାଲି ୨୭୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲାବେଳେ ଆଜି ଆଉ ୩୬୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୪୮ ଜଣ କ୍ୱାରେଣ୍ଟାଇନ୍ ରୁ ଓ ୧୫୩୧ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪୦୯ ଜଣ ଶିଶୁ ରହିଛନ୍ତି । ୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଜଣ,ସୁନ୍ଦରଗଡ଼ରୁ ୫୮୨ ଜଣ, ସମ୍ବଲପୁରରୁ ୩୭୨ ଜଣ, କଟକରୁ ୧୩୦ ଜଣ, ପୁରୀରୁ ୧୦୦ ଜଣ, ମୟୂରଭଞ୍ଜରୁ ୮୦ ଜଣ, ଯାଜପୁରରୁ ୭୮ ଜଣ, ଅନୁଗୁଳରୁ ୫୫ ଜଣ, ବରଗଡ଼ରୁ ୪୮ ଜଣ,କେନ୍ଦୁଝରୁ ୪୪ ଜଣ, ଗଞ୍ଜାମରୁ ୪୨ ଜଣ, କୋରାପୁଟରୁ ୩୬ ଜଣ,ବଲାଙ୍ଗୀରରୁ ୩୫ ଜଣ, ସୋନୁପରରୁ ୩୩ ଜଣ, ନୂଆପଡ଼ାରୁ ୨୩ ଜଣ, ରାୟଗଡ଼ାରୁ ୨୧ ଜଣ, ଦେବଗଡ଼ରୁ ୨୦ ଜଣ, ଭଦ୍ରକରୁ ୧୮ ଜଣ, ଜଗତସିଂହପୁରରୁ ୧୭ ଜଣ, ଗଜପତିରୁ ୧୫ ଜଣ, ବାଲେଶ୍ବରରୁ ୧୪ ଜଣ, କଳାହାଣ୍ଡିରୁ ୧୩ ଜଣ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରୁ ୧୦ ଜଣ ଲେଖାଁଏ, କନ୍ଧମାଳରୁ ୬ ଜଣ, ଢ଼େଙ୍କାନାଳରୁ ୫ ଜଣ, ବୌଦ୍ଧରୁ ୨ ଜଣ ଏବଂ ଷ୍ଟେଟ୍ ପୁଲ୍ ରୁ ୨୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୬୧୫୫ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟର ରେ ସୂଚନା ଦିଆଯାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ମୃତ୍ୟୁର କୌଣସି ସୂଚନା ବର୍ତମାନ ସୁଦ୍ଧ ଦିଆଯାଇନାହିଁ ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୬୬୧୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୪୫୯୭୧ ଜଣ ସୁସ୍ଥ ହୋଇଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୮ ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୧୧୬୬୩ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୨୬୦୩୪୪୬୯ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର