Saturday , August 13 2022
Breaking News
Home / କୃଷି / କନ୍ଦରପୁର ସମିତି ଫାଟକରେ ତାଲା,ମଣ୍ଡିରେ ଧାନ ଦେଵାକୁ ଆସି ନିରାଶରେ ଫେରିଲେ ଚାଷୀ

କନ୍ଦରପୁର ସମିତି ଫାଟକରେ ତାଲା,ମଣ୍ଡିରେ ଧାନ ଦେଵାକୁ ଆସି ନିରାଶରେ ଫେରିଲେ ଚାଷୀ

କଟକ ସଦର, ୮/୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ଚଳିତ ଖରିଫ ଧାନ ମଣ୍ଡିରେ ଦେବାକୁ ସରକାର ସଵୁ ପ୍ରକାର ବ୍ୟବସ୍ଥା କରାଯାଇଛି ଵୋଲି ଡିଣ୍ଡିମ ପିଟୁ ଥିବା ଵେଳେ ଵାସ୍ତଵରେ କଟକ ସଦର ଵ୍ଲକ ଅନ୍ତର୍ଗତ କନ୍ଦରପୁର କୃଷକ ସେଵା ସମଵାୟ ସମିତି ପରିଷରରେ ଆଜି ଖୋଲିଵାକୁ ଥିଵା ମଣ୍ଡି ଫାଟକରେ ତାଲା ଝୁଲୁଥିଵାରୁ ଵାସ୍ତଵରେ ଏହି ଘୋଷଣା ପ୍ରହସନରେ ପରିଣତ ହୋଇଥିବା ଅଭିଯୋଗ ହେଉଛି।ପ୍ରକାଶ ଯେ ଚାଷୀ ମାନେ ସେମାନଙ୍କର ଧାନ ମଣ୍ଡିରେ ଦେଵା ପାଇଁ ଅନଲାଇନରେ ପଞ୍ଜିକରଣ କରି ଆଜି ଶନିବାର ଠାରୁ ପର୍ଯ୍ୟାୟକ୍ରମେ ଧାନ ଦେଵାକୁ ଅନଲାଇନ ଟୋକନ ପାଇ ସାରିଛନ୍ତି।ହେଲେ ମଣ୍ଡିରେ ଧାନ ଦେଵାକୁ ଆସି ଗେଟରେ ତାଲା ପଡିଥିଵା ଦେଖି ନିରାଶରେ ଫେରୁଥିବା ଦେଖା ଯାଇଛି।ଏ ସମ୍ପର୍କରେ କଟକ ଯୋଗାଣ ଅଧିକାରୀଙ୍କ ସହିତ ଭ୍ରାମ୍ୟ ସଂଚାର ମାଧ୍ୟମରେ ଯୋଗାଯୋଗ କରିଵାକୁ ଚେଷ୍ଟା କରାଯାଇଥିଲେ ଵି ତାହା ଵନ୍ଦ ଥିଵାରୁ ତାଙ୍କ ମତାମତ ନିଆ ଯାଇ ପାରିନାହିଁ। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଵାକୁ ସାଧାରଣରେ ଦାବି ହେଉଛି। ଓଡ଼ିଶା ସମାଚାର

About admin

Check Also

ଭରତପୁର ପ୍ରାଥମିକ କୃଷି ସମବାୟ ସମିତିରେ ଶପଥ ଗ୍ରହଣ ଉତ୍ସବ

କେନ୍ଦ୍ରାପଡ଼ା,୦୬ /୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିର ନବନିର୍ବାଚିତ ସଭାପତି ଓ ସମସ୍ତ …

Leave a Reply

Your email address will not be published.